25.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶବିଇଏଲ୍ ଠାରୁ ୧୩ ଫାୟାର୍ କଣ୍ଟ୍ରୋଲ୍ ସିଷ୍ଟମ୍ କିଣିବ ପ୍ରତିରକ୍ଷା ମନ୍ତ୍ରଣାଳୟ

ବିଇଏଲ୍ ଠାରୁ ୧୩ ଫାୟାର୍ କଣ୍ଟ୍ରୋଲ୍ ସିଷ୍ଟମ୍ କିଣିବ ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ନୌସେନା ପାଇଁ ୧୩ଟି ଲିଙ୍କ୍‌ସ-ୟୁ ୨ ଫାୟାର୍ କଣ୍ଟ୍ରୋଲ୍ ସିଷ୍ଟମ୍ କିଣିବା ପାଇଁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବିଇଏଲ୍‌) ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି । ଏହାର ମୂଲ୍ୟ ୧୭୦୦ କୋଟି ଟଙ୍କାର ଊର୍ଦ୍ଧ୍ୱ ହେବ । ଲିଙ୍କ୍‌ସ-ୟୁ ୨ ଏକ ନୌସେନା ଗନ୍ ଫାୟାର୍ କଣ୍ଟ୍ରୋଲ୍ ସିଷ୍ଟମ୍‌, ଯାହାକୁ ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ ଏବଂ ବିକଶିତ କରାଯାଇଛି । ଏହା ସମୁଦ୍ର ସହିତ ଆକାଶ ଏବଂ ଭୂମିରେ ଥିବା ଟାର୍ଗେଟ୍ ଉପରେ ସଠିକ୍ ନଜର ରଖିବା ଏବଂ ଭେଦ କରିବାରେ ସକ୍ଷମ । ଏହାର ଡେଲିଭରୀ ୨୦୨୭ରେ ଆରମ୍ଭ ହେବ । ଏହି ସିଷ୍ଟମ୍ ସୁପରସୋନିକ୍ ବ୍ରହ୍ମୋସ୍ ମିସାଇଲ୍‌ରେ ଖଞ୍ଜାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking