ମୁମ୍ବାଇ: ବଲିଉଡ୍ ଅଭିନେତା ସଲ୍ମାନ୍ ଖାନ୍ଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ସାମ୍ବାଦିକଙ୍କ ଧମକ ଏବଂ ଦୁର୍ବ୍ୟବହାର ମାମଲାରେ ତାଙ୍କ ବିରୋଧରେ କରାଯାଇଥିବା ଏଫ୍ଆଇଆର୍କୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ତାଙ୍କୁ ଏବେ ଆଉ ଅନ୍ଧେରୀ କୋର୍ଟରେ ହାଜର ହେବାକୁ ପଡ଼ିବ ନାହିଁ ।