23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଅସ୍ଥାୟୀ ମନ୍ଦିରରେ ରାମଲଲାଙ୍କ ଜନ୍ମୋତ୍ସବ ପାଳିତ; ଆସନ୍ତା ବର୍ଷ ୧୮୦୦ କୋଟିର ଭବ୍ୟ ମନ୍ଦିରେ ବିରାଜମାନ...

ଅସ୍ଥାୟୀ ମନ୍ଦିରରେ ରାମଲଲାଙ୍କ ଜନ୍ମୋତ୍ସବ ପାଳିତ; ଆସନ୍ତା ବର୍ଷ ୧୮୦୦ କୋଟିର ଭବ୍ୟ ମନ୍ଦିରେ ବିରାଜମାନ ହେବେ

ଅଯୋଧ୍ୟା : ରାମନଗରୀ ଅଯୋଧ୍ୟାରେ ପବିତ୍ର ରାମନବମୀ ଧୂମ୍‌ଧାମରେ ପାଳିତ ହୋଇଛି । ଶ୍ରୀରାମ ଜନ୍ମଭୂମିରେ ଗୁରୁବାର ଠିକ୍ ୧୨ଟା ବେଳେ ଭଗବାନ ରାମଙ୍କ ଜନ୍ମ ହୋଇଛି । ଘଣ୍ଟା, ଘଣ୍ଟି ଶବ୍ଦରେ ପୂରା ମନ୍ଦିର ପ୍ରକମ୍ପିତ ହୋଇଛି । ରାମଲଲାଙ୍କୁ ହଳଦିଆ ବସ୍ତ୍ର, ସୁନାର ମୁକୁଟ ଏବଂ ହାର ପିନ୍ଧାଯାଇଥିଲା । ଏହି ଅବସରରେ ଜନ୍ମଭୂମି ଦରବାର ସହିତ ପୂରା ମନ୍ଦିରକୁ ୫୦ କ୍ୱିଣ୍ଟାଲ୍ ଫୁଲରେ ସଜାଯାଇଛି । ସାଜସଜ୍ଜା ପାଇଁ ସବୁଜ ପତ୍ର ଆସାମ ଓ ଓଡ଼ିଶାରୁ ଆସିଥିବା ବେଳେ କୋଲ୍‌କାତାରୁ ଗେଣ୍ଡୁଫୁଲ ଏବଂ କାନାଡାରୁ ଆର୍କିଡ୍ ମଗାଯାଇଛି ।

କେବଳ ଜନ୍ମଭୂମି ନୁହେଁ, ବରଂ କନକ ଭବନ, ଶ୍ରୀରାମବଲ୍ଲଭାକୁଞ୍ଜ ମନ୍ଦିର, ଲକ୍ଷ୍ମଣ କିଲ୍ଲା ଏବଂ ହନୁମାନ ନିବାସ ସମେତ ପ୍ରାୟ ୧୦ ହଜାର ମନ୍ଦିରରେ ଜନ୍ମୋତ୍ସବ ପାଳିତ ହୋଇଛି । ଚଳିତ ଥର ରାମନବମୀ ଅବସରରେ ଅଯୋଧ୍ୟାରେ ୨୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ରାମନବମୀ ଦରବାର ସକାଳ ୭ଟାରେ ଦର୍ଶନ ପାଇଁ ଖୋଲାଯାଇଥିଲା ।

ରାମଲଲାଙ୍କ ଜନ୍ମ ପରେ ୧୧ କ୍ୱିଣ୍ଟାଲ୍ ପଞ୍ଜୀରୀ (ଏକ ଉତ୍ତର ଭାରତୀୟ ବ୍ୟଞ୍ଜନ), ଫଳ ଏବଂ ମେୱା ଭୋଟ କରାଯାଇଥିଲା । ସ୍ଥାନେ ସ୍ଥାନେ ରଙ୍ଗୋଲୀ କରାଯାଇଥିଲ । ଭଗବାନଙ୍କ ଜନ୍ମ ପରେ ଆରତୀ କରାଯାଇ ମନ୍ଦିର କବାଟ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ପରେ ଅପରାହ୍ଣ ଦୁଇଟାରେ କବାଟ ଖୋଲାଯିବା ପରେ ମଙ୍ଗଳଗୀତ ଗାନ କରାଯିବା ସହିତ ଭକ୍ତମାନେ ଦର୍ଶନ କରିଥିଲେ । ଅସ୍ଥାୟୀ ମନ୍ଦିରେ ଏହା ଶେଷ ରାମନବମୀ । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ର ରାମନବମୀ ପୂର୍ବରୁ ରାମଲଲା ୧୮୦୦ କୋଟି ଟଙ୍କାରେ ନିର୍ମିତ ନୂଆ ମନ୍ଦିରରେ ବିରାଜମାନ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking