23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶବିମାନରେ ବାନ୍ତି ଓ ପରିସ୍ରା କଲେ ମଦ୍ୟପ ଯାତ୍ରୀ

ବିମାନରେ ବାନ୍ତି ଓ ପରିସ୍ରା କଲେ ମଦ୍ୟପ ଯାତ୍ରୀ

ନୂଆଦିଲ୍ଲୀ : ଇଣ୍ଡିଗୋ ବିମାନରେ ପୁଣି ଜଣେ ନିଶାସକ୍ତ ଯାତ୍ରୀଙ୍କ ପରିସା ମାମଲା ସାମ୍ନାକୁ ଆସିଛି । ଗୁଆହାଟୀରୁ ଦିଲ୍ଲୀ ଆସୁଥିବା ୬ଇ-୭୬୨ ବିମାନରେ ଅତ୍ୟଧିକ ମଦ୍ୟପାନ କରିଥିବା ଯାତ୍ରୀ ଜଣକ ପରିସ୍ରା ପାଇଁ ଉଠିବା ପରେ ବିମାନରେ ବାନ୍ତି କରିପକାଇଥିଲେ । ଏହାପରେ ଟଏଲଟ୍ ବାହାରେ ଚାରିଆଡ଼େ ପରିସ୍ରା କରିଥିଲେ । ଇଣ୍ଡିଗୋ ବିମାନରେ ହୋଇଥିବା ଏହି ଘଟଣା ମାର୍ଚ୍ଚ ୨୬ ତାରିଖର । ନିଶାସକ୍ତ ଯାତ୍ରୀଙ୍କ ବାନ୍ତି ପରେ ସେହି ପରିବେଶରେ ଅନ୍ୟ ଯାତ୍ରୀଙ୍କ ପାଇଁ ବସିବା କଷ୍ଟକର ହୋଇପଡ଼ିଥିଲା ।

ଫଳରେ ଅନ୍ ବୋର୍ଡ ଏୟାର୍‌ହୋଷ୍ଟେସ୍‌ଙ୍କୁ ବାନ୍ତି ପୋଛିବାକୁ ପଡ଼ିଥିଲା । ଏହି ଘଟଣାକୁ ଗୁଆହାଟୀ ହାଇକୋର୍ଟର ଜଣେ ସିନିୟର୍ ଆଡ୍‌ଭୋକେଟ୍ ନିଜ ମୋବାଇଲ୍‌ରେ କଏଦ କରିଥିଲେ । ଏହାପରେ ସେ ଏହି ଘଟଣାକୁ ଫଟୋକୁ ସୋସିଆଲ୍ ମିଡିଆରେ ଶେୟାର୍ କରିଥିଲେ । ଏହା ଭାଇରାଲ୍ ହେବା ପରେ ସମ୍ପୃକ୍ତ ମଦ୍ୟପ ଯାତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking