27.1 C
Bhubaneswar
Saturday, October 19, 2024
Homeଓଡିଶାମା’-ଝିଅକୁ ଉପରେ କାର ଚଢାଇଦେଲା ମଦ୍ୟପ ଚାଳକ

ମା’-ଝିଅକୁ ଉପରେ କାର ଚଢାଇଦେଲା ମଦ୍ୟପ ଚାଳକ

କଟକ: ସତୀଚଉରା ଛକ ନିକଟରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ମା’-ଝିଅଙ୍କ ଉପରେ ଜଣେ ମଦୁଆ ଡ୍ରାଇଭର କାର୍ ଚଢାଇ ଦେଇଛି । ଫଳରେ ମା’ ଝିଅ ଆହତ ହୋିଛନ୍ତି । ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପଟାଲ୍‌ରେ ଭତ୍ତି କରାଯାଇଛି । କାରୁଧକ୍କାରେ ଗୋଟିଏ ବାଇକ ଓ ଜଣଙ୍କ ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡ଼ିଛି ।

ପୁଲିସ ସଂପୃକ୍ତ କାର୍ ଚାଳକକୁ ଅଟକ ରଖି ପଚରାୁଚରା କରୁଛି । ଆଜି ଅପରାହ୍ଣରେ ଲାଲ୍‌ବାଗ ଅଞ୍ଚଳର ସୁମିତ୍ରା ବେହେରା ତାଙ୍କ ମା’ଙ୍କୁ ଧରି ବସରେ ଯିବା ଲାଗି ରାସ୍ତା କଡ଼ରେ ଅପେକ୍ଷା କରିଥବଲେ । ତେବେ ଏକ ନାଲି ରଙ୍ଗର ମାରୁତି ୱାଗନ(ନଂ- ଓଆର୍‌-୦୫-ଏଇ-୨୭୬୧)ର ଗାଡ଼ି ଗଡ଼ା ଛକରୁ ଦ୍ରୁତି ଗତିରେ ଆସିଥିଲା ।

ଗାଡ଼ିର ବେଗ ଅଧିକ ଥିବା ବେଳେ ଏହା ଭାରସାମ୍ୟ ହରାଇ ରାସ୍ତା କଡ଼ରେ ବସ୍‌କୁ ଅପେକ୍ଷାରେ ଥିବା ମା’ ଓ ଝିଅଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ମା’ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମା’ ଓ ଝିଅଙ୍କୁ ଧକ୍କା ଦେବା ପରେ ଗାଡ଼ିଟି ଗୋଟିଏ ସ୍କୁଟିକୁ ବି ଧକ୍କା ଦେଇଥିଲା ।

ଶେଷରେ ଗୋଟିଏ ଦୋକାନ ଉପରେ ମାଡ଼ି ଯାଇ ଅଟକି ଯାଇଥିଲା । ଦୁର୍ଘଟଣାରେ କାରଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥବଲା ବେଳେ ସ୍ଥାନୀୟ ଲୋକମାନେ କାର୍ ଚାଳକ ମଦ୍ୟପ ଯୁବକଙ୍କୁ କାବୁ କରିବା ସହ ପୁଲିସ୍ ଜିମା ଦେଇଛନ୍ତି । ପୁଲିସ୍ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking