19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶସାଂସଦ ପଦ ଫେରିପାଇଲେ ଫୈଜଲ

ସାଂସଦ ପଦ ଫେରିପାଇଲେ ଫୈଜଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଲାକ୍ଷାଦ୍ୱୀପର ଏକମାତ୍ର ସାଂସଦ ମହମ୍ମଦ ଫୈଜଲ ତାଙ୍କର ସାଂସଦ ପଦ ଫେରିଯାଇଛନ୍ତି । ଲୋକସଭା ସେକ୍ରେଟାରିଏଟ୍ ପକ୍ଷରୁ ବୁଧବାର ଫୈଜଲଙ୍କ ଅଯୋଗ୍ୟ ଘୋଷିତ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି । ସୂଚନାଯୋଗ୍ୟ ଲାକ୍ଷାଦ୍ୱୀପର ଏକ ଫୌଜଦାରୀ ଅଦାଲତ ଚଳିତବର୍ଷ ଜାନୁଆରୀ ୧୧ରେ ଫୈଜଲଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦୋଷୀସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ । ରାୟ ପ୍ରକାଶ ପାଇବାପରେ ଲୋକପ୍ରତିନିଧି ଆଇନ, ୧୯୫୧କୁ ଆଧାର କରି ଲୋକସଭା ସେକ୍ରେଟାରିଏଟ୍ ପକ୍ଷରୁ ଉକ୍ତଦିନ ଫୈଜଲଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା । ଫୈଜଲ ଏହାର ପ୍ରତିବାଦରେ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଜାନୁଆରୀ ୨୫ରେ ଜେଲଦଣ୍ଡ ଉପରେ ରହିତାଦେଶ ଜାରି କରିଥିଲେ । ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଲୋକସଭା ସେକ୍ରେଟାରିଏଟ୍ ତାଙ୍କର ସାଂସଦ ନିର୍ଦ୍ଦେଶନାମା ପ୍ରତ୍ୟାହାର କରିନଥିବାରୁ ଫୈଜଲ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି । ଏନ୍‌ସିପି ନେତା ଫୈଜଲ ଏକମାତ୍ର ସାଂସଦଭାବେ ଲାକ୍ଷାଦ୍ୱୀପକୁ ଲୋକସଭାରେ ପ୍ରତିନିଧିତ୍ୱ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking