ଭୁବନେଶ୍ୱର: କଟକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ବିଜେପି ବିକଳ୍ପ ସରକାର କରିବ ଏବଂ ଏଥିପାଇଁ ଲେକେ ମନ ସ୍ଥିର କରି ସାରିଲେଣି । ସାଧାରଣ ଲୋକେ ନିର୍ବାଚନ ଲଢିବେ ଏବଂ ଆମେ ତାଙ୍କର ସାଥୀ ଦେବୁ । ଏଥର ଐତିହାସିକ ନିର୍ବାଚନ ହେବ ଏବଂ ଏଥିପାଇଁ ସାଢେ ୪ କୋଟି ଲୋକ ଲଢିବେ ।
ଏଥର ଲୋକଙ୍କ ଅସନ୍ତୋଷର ବିସ୍ପୋରଣ ହେବ । ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଭୋଟ ମିଳିବ । କେନ୍ଦ୍ରର ସଫଳତା ଉପରେ ଲୋକେ ଏଥର ଭୋଟ ଦେବେ । ୯୧% ଲୋକ ଓଡିଶାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଚାହାଁନ୍ତି । ବିଜେପି ସରକାର ଆସିଲେ ନବ ଦାସ ହତ୍ୟାର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ମନମୋହନ ସାମଲ ।