28.1 C
Bhubaneswar
Saturday, October 5, 2024
Homeଓଡିଶାକେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ ଯାଜପୁର ଜିଲ୍ଲା ଗସ୍ତ...

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ

ଯାଜପୁର: ଭାରତର ମାନ୍ୟବର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡା ଦୁଇ ଦିନିଆ ଯାଜପୁର ଜିଲ୍ଳ୍‌ା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ଜିଲ୍ଳ୍‌ା ପ୍ରଦକ୍ଷଣ ଭବନ ଠାରେ ପହଞ୍ଚିବା ପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର ମାନ୍ୟବର ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ପ୍ରଦକ୍ଷଣ ଭବନ ଠାରେ ଜିଲ୍ଲାପାଳ ଶ୍ରୀ ରାଠୋର ମାନ୍ୟବର ମନ୍ତ୍ରୀଙ୍କୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ୱନ୍ଧରେ ଅବଗତ କରାଇଥିଲେ ।

ଅପରାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡା ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର ଏବଂ ଜିଲ୍ଲା ର ବରିଷ୍ଠ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ମାନ୍ୟବର ମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଜନଜାତି ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅଗ୍ରଣୀ କାର୍ଯ୍ୟକ୍ରମ ସମ୍ୱନ୍ଧରେ ସମୀକ୍ଷା କରିଥିଲେ ।

ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ଶ୍ରୀ ରାଠୋର ପାୱାର ପଏଣ୍ଟ ମାଧ୍ୟମରେ ମାନ୍ୟବର ମନ୍ତ୍ରୀଙ୍କୁ ଜନଜାତି ବହୁଳ ଦାନଗଦୀ ଓ ସୁକିନ୍ଦା ବ୍ଳ୍‌କରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜୀବିକା ମିଶନ କାର୍ଯ୍ୟକ୍ରମ, ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା, ଜଳସେଚନ, କୃଷି, ମାତୃ ଓ ଶିଶୁ ମଙ୍ଗଳ କାର୍ଯ୍ୟକ୍ରମ, ଶିଶୁ ମାତୃ ପୁଷ୍ଟିବର୍ଦ୍ଧକ କାର୍ଯ୍ୟକ୍ରମ, ବିଶୁଦ୍ଧ ପାନୀୟ ଜଳ, ପରିବେଶ ପ୍ରଦୁଷଣ ମୁକ୍ତ, ଜଳଚ୍ଥାୟା ପ୍ରକଳ୍ପ, ସମନ୍ୱିତ କୃଷି, ସୁଷମ ବଣ୍ଟନ ବ୍ୟବସ୍ଥାରେ ରେସନ କାର୍ଡ ଯୋଗାଣ, ଅନ୍ତଦ୍ୱୟ ଅନ୍ନପୂର୍ଣ୍ଣା ଯୋଜନା, ଟସର ପ୍ରକଳ୍ପ ଏବଂ ଆତ୍ମ ନିଯୁକ୍ତି ଆଦି ଅଗ୍ରଗତି ଯୋଜନାର ସପଂଳ ରୂପାୟନ ଦିଗରେ ଉପସ୍ଥାପନ କରିଥିଲେ ।

ଜିଲ୍ଳ୍‌ାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଶତକଡା ୯୫ ଭାଗ ସପଂଳତା ହୋଇଥିବାରୁ ଏବଂ ଜିଲ୍ଳ୍‌ାର ଦୁଇଜଣ ମହିଳା ସଲିଳା ଯେନା ଓ ବିଷ୍ଣୁପ୍ରିୟା ମହାକୁଡ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଚ୍ଚ୍ଥ ସୁଜଳ ଶକ୍ତି ସମ୍ମାନ ପାଇଥିବାରୁ ମାନ୍ୟବର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମାନ୍ୟବର ମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଶ୍ରୀ ସଚିନ ସୈାରଭ, ଏ.ପି.ଏସ୍‌. ଶ୍ରୀ ସନ୍ଦିପ ମୁଖାର୍ଜୀ, ବ୍ୟକ୍ତିଗତ ସହାୟକ ଶ୍ରୀ ସୁଧାକର ଚୈାଧୁରୀ, ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଅତିିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଅଶୋକ କୁମାର ବେଉରିଆ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉକ୍ତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ପରେ ମାନ୍ୟବର ମନ୍ତ୍ରୀ ବିଂଝାରପୁର ବ୍ଳ୍‌କ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଆସନ୍ତା କାଲି ମାନ୍ୟବର ମନ୍ତ୍ରୀ ସୁକିନ୍ଦା, ବରୁଣ୍ଡେଇ, ବରୀ, ରତ୍ନଗିରି ଆଦି କ୍ଷେତ୍ର ପରିଦର୍ଶନର କାର୍ଯ୍ୟକ୍ରମ ଥିବାବେଳେ ପ୍ରଧାନ ମନ୍ତ୍ରୀଙ୍କ ମନ୍‌କି ବାତ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନୂଆ ଦିଲ୍ଳ୍‌ୀ ପେଂରିଯିବାର କାର୍ଯ୍ୟକ୍ରମ ରହିଚ୍ଥି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking