କଟକ: ଜଗତପୁର ଥାନା ଅନ୍ତର୍ଗତ ଦିଗିସାହି ନିକଟସ୍ଥ ମହାନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ କଲେଜ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ହେଲେ ଆସିତ ମହାନ୍ତି (୨୦) । ସାଙ୍ଗମାନଙ୍କ ସହିତ ଆସିତ ଦିନ ୧୦ଟାରେ ମହାନଦୀରେ ଗାଧୋଇବାକୁ ଯାଇଥିଲେ । ତେବେ ସେ ଗାଧୋଇବା ବେଳେଗୋଡ଼ ଖସିଯିବାରୁ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ ।
ଖବର ପାଇ ଜଗତପୁର ଥାନା ପୁଲିସ ଓ ଚାଉଳିଆଗଞ୍ଜ ଦମକଳ ବାହିନୀ ସନ୍ଧ୍ୟା ପ୍ରାୟ ୫.୩୦ରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଖୋଜ ଆସିତଙ୍କ ମୃତଦେହକୁ ଉଦ୍ଧାର କରିଛି । ପୁଲିସ ମୃତହେଦକୁ ବ୍ୟବଚ୍ଛେଦ ପାଇଁ ଏସ୍ସିବି ମେଡିକାଲକୁ ପଠାଇଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି ।