19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଜାତୀୟ ସଙ୍ଗୀତକୁ ଅବମାନନା ମାମଲା; ମମତା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ

ଜାତୀୟ ସଙ୍ଗୀତକୁ ଅବମାନନା ମାମଲା; ମମତା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ

ମୁମ୍ବାଇ: ଜାତୀୟ ସଙ୍ଗୀତକୁ ଅବମାନନା କରିଥିବା ଅଭିଯୋଗରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପୂର୍ବରୁ ଏକ ମାମଲା ରୁଜୁ କରାଯାଇଥିଲା । ଏହି ପ୍ରସଙ୍ଗରେ ମମତା ମଙ୍ଗଳବାର ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମମତାଙ୍କ ବିରୋଧରେ ସାନି ଏତଲା ଦାଏର କରିବାକୁ ସ୍ୱତନ୍ତ୍ର କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହାକୁ ଖାରଜ କରିବାକୁ ମମତା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ୨୦୨୧ ଡିସେମ୍ବରରେ ମୁମ୍ବାଇର ଯଶୱନ୍ତରାଓ ଚୌହ୍ୱାନ ଅଡିଟୋରିୟମରେ ଏକ ଉତ୍ସବରେ ମମତା ଅତିଥିଭାବେ ଯୋଗଦେଇଥିଲେ । ତେବେ ଉତ୍ସବ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିବାବେଳେ ମମତା ଛିଡା ନହୋଇ ନିଜ ଆସନରେ ବସିଥିବା ଲକ୍ଷ୍ୟ କରାଯାଇଥିଲା । ଏହାର ପ୍ରତିବାଦରେ ବିଜେପି କର୍ମକର୍ତ୍ତା ବିବେକାନନ୍ଦ ଗୁପ୍ତା ତାଙ୍କ ବିରୋଧରେ ଏତଲା ଦାଏର କରିଥିଲେ । ତଦନୁଯାୟୀ ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ୨୦୨୨ ମାର୍ଚ୍ଚରେ ମମତାଙ୍କୁ ସମନ ଜାରି କରିଥିଲେ । ଏହାକୁ ମମତା ଏମ୍‌ପି /ଏମଏଲଏ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ୨୦୨୩ ଜାନୁଆରୀରେ ସ୍ୱତନ୍ତ୍ର ଜଜ୍ ଏହି ସମନ୍‌କୁ ଖାରଜ କରିବା ସହ ମମତାଙ୍କ ବିରୋଧରେ ଆଗତ ଏତଲାର ସାନି ବିଚାର କରିବାକୁ ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking