25.1 C
Bhubaneswar
Monday, October 7, 2024
Homeଅପରାଧହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ପାତ୍ର ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଯେ, ଛେଣ୍ଡିପଦା ଥାନା କୁଞ୍ଜବିହାରିପୁର ଗାଁର ବଳିଆ ବାଘ ୨୦୧୭ ଅକ୍ଟୋବର ୧୫ରେ ଝିଅ ପ୍ରତିମା ବାଘଙ୍କୁ ଅତି ସାମାନ୍ୟ କଥାକୁ ନେଇ ହତ୍ୟା କରିଥିଲେ । ଚାଷବାସ ଟଙ୍କା ଓ ଛେଳି ବିକ୍ରି ଟଙ୍କାକୁ ନେଇ ଉଭୟ ବାପ ଝିଅଙ୍କ ମଧ୍ୟରେ ମଝିରେ ମଝିରେ ଝଗଡ଼ା ହୋଇଥାଏ । ହେଲେ ୨୦୧୭ ଅକ୍ଟୋବର ୧୫ ତାରିଖରେ ଏହା ଉଗ୍ରରୂପ ଧାରଣ କରିଥିଲା । ଚାଷବାସ ଟଙ୍କା ଓ ଛେଳି ବିକ୍ରି ଟଙ୍କାର ହିସାବ ପ୍ରତିମା ନଦେବାରୁ ବାପା ରାଗିଯାଇଥିଲେ । ଏହି ସମୟରେ ପାଖରେ ପଡ଼ିଥିବା ଏକ ଟାଙ୍ଗିଆରେ ପ୍ରତିମାକୁ ହାଣି ଦେଇଥିଲେ । ଘଟଣାସ୍ଥଳରେ ହିଁ ପ୍ରତିମାଙ୍କ ମୃତ୍ୟୁ ହୋଇଥିଲା ।

ପରେ ବଳିଆ ନିଜେ ଗ୍ରାମରକ୍ଷୀ ଶ୍ରୀନିବାସ ନାଏକଙ୍କୁ ହତ୍ୟାକାଣ୍ଡ ବିଷୟରେ ଜଣାଇଥିଲେ । ଗ୍ରାମରକ୍ଷୀ ଘଟଣାସ୍ଥଳକୁ ଯାଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିଥିଲେ । ଏନେଇ ଗ୍ରାମରକ୍ଷୀ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ବଳିଆକୁ ଗିରଫ କରିଥିଲା । ଏହି ମାମଲାର ବିଚାର କରି ୨୦ ଜଣ ସାକ୍ଷ୍ୟଙ୍କ ବୟାନ ଓ ୧୧ଟି ଦଲିଲ ଆଧାରରେ ଅଭିଯୁକ୍ତ ବଳିଆକୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ମାମଲାକୁ ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ ପରିଚାଳନା କରିଥିବାବେଳେ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ କୁମାର ଭୁତିଆ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking