27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ୨୦୨୨ ଏପ୍ରିଲ-୨୦୨୩ ଫେବୃଆରୀ ରିପୋର୍ଟ; ଭାରତରେ ବିଦ୍ୟୁତ ଶକ୍ତି ଚାହିଦା ୧୦% ବଢ଼ିଛି

୨୦୨୨ ଏପ୍ରିଲ-୨୦୨୩ ଫେବୃଆରୀ ରିପୋର୍ଟ; ଭାରତରେ ବିଦ୍ୟୁତ ଶକ୍ତି ଚାହିଦା ୧୦% ବଢ଼ିଛି

ନୂଆଦିଲ୍ଲୀ: ଚଳିତ ଆର୍ôଥକବର୍ଷର ଏପ୍ରିଲ-ଫେବୃଆରୀରେ ଦେଶରେ ବିଦ୍ୟୁତ ଶକ୍ତି ବ୍ୟବହାର ୧୦ ପ୍ରତିଶତ ଅର୍ଥାତ୍ ୧୩୭୫.୫୭ ବିଲିୟନ ୟୁନିଟ୍ ବୃଦ୍ଧି ପାଇଥିବା ଜଣାପଡିଛି । ୨୦୨୧-୨୨ରେ (ଏପ୍ରିଲ-ଫେବୃଆରୀ) ଦେଶରେ ବ୍ୟବହୃତ ହୋଇଥିବା ମୋଟ ବିଜୁଳି ଶକ୍ତି ପରିମାଣକୁ ଏହା ଅତିକ୍ରମ କରିଥିବା କୁହାଯାଇଛି ।

ସରକାରୀ ସୂଚନା ଅନୁଯାୟୀ ଏହି ସମୟରେ ଦେଶରେ ୧୨୪୫.୫୪ ବିଲିୟନ ୟୁନିଟ୍ ବିଜୁଳି ଶକ୍ତି ବ୍ୟବହୃତ ହୋଇଥିଲା । ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାବେଳେ ବିଜୁଳି ଶକ୍ତିର ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି । ଚଳିତବର୍ଷ ଏପ୍ରିଲରେ ଦେଶରେ ବିଜୁଳି ଶକ୍ତିର ଚାହିଦା ସବୁଠାରୁ ଅଧିକ ଅର୍ଥାତ୍ ୨୨୯ ଗିଗାୱାଟ୍ ଛୁଇଁବ ବୋଲି ଆଶା କରାଯାଉଛି । ଗତବର୍ଷ ଏପ୍ରିଲରେ ଏହା ୨୧୫.୮୮ ଗିଗା ୱାଟ୍ ରହିଥିଲା । ଏହି ପରିପ୍ରେକ୍ଷୀରେ ଗ୍ରୀଷ୍ମ ଋତୁରେ ବିଦ୍ୟୁତ କାଟ୍ (ପାୱାର କଟ୍‌) ନକରିବାକୁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ମାର୍ଚ୍ଚ ୧୬ରୁ ଜୁନ୍ ୧୫ ପର୍ଯ୍ୟନ୍ତ ପୂର୍ଣ୍ଣ କ୍ଷମତା ଅନୁଯାୟୀ ବିଜୁଳି ଶକ୍ତି ଉତ୍ପାଦନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ସବୁ ବିଦେଶୀ କୋଇଲା ଉପରେ ନିର୍ଭର କରୁଥିବା ତାପଜ ବିଦ୍ୟୁତ ପ୍ରକଳ୍ପଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ଋତୁରେ ଏସି, କୁଲର ଓ ବିଜୁଳି ପଙ୍ଖାର ବ୍ୟବହାର ବୃଦ୍ଧି ପାଉଥିବାରୁ ବିଜୁଳି ଶକ୍ତିର ବ୍ୟବହାର ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking