28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଶ୍ରେଷ୍ଠ ୧୦ କମ୍ପାନୀର ମୋଟ କ୍ଷତି ୨.୦୯ ଟ୍ରିଲିୟନ

ଶ୍ରେଷ୍ଠ ୧୦ କମ୍ପାନୀର ମୋଟ କ୍ଷତି ୨.୦୯ ଟ୍ରିଲିୟନ

ନୂଆଦିଲ୍ଲୀ: ଗତ ସପ୍ତାହରେ ସେନ୍‌ସେକ୍ସ ସୂଚକାଙ୍କ କ୍ରମାନ୍ୱୟେ ହ୍ରାସ ପାଇବା ଫଳରେ ଏହାର ପ୍ରତିକୂଳ ପ୍ରଭାବ ଦେଶର ଶ୍ରେଷ୍ଠ ୧୦ଟି କମ୍ପାନୀ ଉପରେ ପଡିଛି । ଫଳରେ ଏହି କମ୍ପାନୀଗୁଡିକ ମୋଟ ୨.୦୯ ଟ୍ରିଲିୟନ (୨.୦୯ ଲକ୍ଷ କୋଟି) ଟଙ୍କାର କ୍ଷତି ସହିଥିବା ଜଣାପଡିଛି । ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ଏହାର ସୁଧହାର ବୃଦ୍ଧି କରିଥିଲା । ଫଳରେ ଏହାର ପ୍ରଭାବ ସେନ୍‌ସେକ୍ସ ଉପରେ ପଡିଥିଲା। ପୁନଶ୍ଚ ବିଦେଶୀ କମ୍ପାନୀଗୁଡିକ ଭାରତୀୟ ମାର୍କେଟରେ ପୁଞ୍ଜି ବିନିଯୋଗ କରିବାକୁ ମଧ୍ୟ କୁଣ୍ଠାବୋଧ କରିଥିଲେ ।

ଗତ ସପ୍ତାହରେ ସେନ୍‌ସେକ୍ସ ମୋଟ ୧୧୪୫.୨୩ ପଏଣ୍ଟ ହ୍ରାସ ପାଇଛି । ଏହି ପରିପ୍ରେକ୍ଷୀରେ ଏହି ୧୦ଟି ଶ୍ରେଷ୍ଠ କମ୍ପାନୀଙ୍କୁ ପ୍ରବଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଥିଲା । ସବୁଠାରୁ ଅଧିକ କ୍ଷତି ସହିଛି ମୁକେଶ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ । ଏହି ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୬୭,୭୨୨.୩୩ କୋଟି କ୍ଷତି ସହିଥିବାବେଳେ ଏହାର ସମ୍ପତ୍ତି ପରିମାଣ ୧୫,୦୪,୦୦୧.୯୩ କୋଟିକୁ ହ୍ରାସ ପାଇଛି । ଏହାପଛକୁ ଟିସିଏସ୍ ରହିଛି । ଟିସିଏସ୍ ୫୫,୬୫୪.୧୭ କୋଟି ଟଙ୍କା କ୍ଷତି ସହିଥିବାବେଳେ ଏହାର ସମ୍ପତ୍ତି ପରିମାଣ ୧୧,୬୩,୧୯୪.୧୪ କୋଟିକୁ ଖସିଆସିଛି । ଇନ୍‌ଫୋସିସ୍ ୨୧,୨୫୦.୮ କୋଟି ଟଙ୍କ କ୍ଷତିର ସମ୍ମୁଖୀନ ହୋଇଥିବାବେଳେ ସମ୍ପତ୍ତି ପରିମାଣ ୫,୯୭,୯୦୫.୧୭ କୋଟିକୁ ହ୍ରାସ ପାଇଛି । ଚତୁର୍ଥ ସ୍ଥାନରେ ରହିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଷ୍ଟେଟ୍ ବ୍ୟାଙ୍କ୍ ଗତ ସପ୍ତାହରେ ୧୬,୧୦୮.୯୩ କୋଟି କ୍ଷତି ସହିଥିବାବେଳେ ଏହାର ସମ୍ପତ୍ତି ପରିମାଣ ୪,୭୨,୨୯୦.୪୬ କୋଟିକୁ ହ୍ରାସ ପାଇଛି । ପଞ୍ଚମ ସ୍ଥାନରେ ଥିବା ଆଇଟିସି ୧୫,୨୨୬.୧୨ କୋଟି କ୍ଷତିର ସମ୍ମୁଖୀନ ହୋଇଥିବାବେଳେ ସମ୍ପତ୍ତି ପରିମାଣ ୪,୬୬,୬୯୬.୨୧ କୋଟିକୁ ଖସିଛି ।

ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ୯୦୫୩.୪୪ କୋଟି, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୮୯୮୨.୧୧ କୋଟି, ଏଚ୍‌ଡିଏଫ୍‌ସି ୮୦୬୩.୭୯ କୋଟି, ଆଇସିଆଇସିଆଇ ବ୍ୟାଙ୍କ ୪୩୯୬.୯୧ କୋଟି ଏବଂ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ୩୪୬୫.୬୫ କୋଟି କ୍ଷତି ସହିଥିବାବେଳେ ସେମାନଙ୍କ ସମ୍ପତ୍ତି ପରିମାଣ ଯଥାକ୍ରମେ ୪,୨୨,୧୭୭.୦୭ କୋଟି, ୮,୭୭,୩୧୮.୦୯ କୋଟି, ୪,୬୯,୪୬୦.୪୫ କୋଟି, ୫,୮୩,୯୮୩.୦୭ କୋଟି ଏବଂ ୫,୭୫,୨୭୩.୯୨ କୋଟିକୁ ହ୍ରାସ ପାଇଥିବା ଜଣାପଡିଛି । ଭାରତର ଶ୍ରେଷ୍ଠ ୧୦ କମ୍ପାନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଏହାପଛକୁ ଟିସିଏସ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇନ୍‌ଫୋସିସ୍‌, ଆଇସିଆଇସିଆଇ ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ୍‌ଡିଏଫ୍‌ସି, ଆଇଟିସି ଓ ଭାରତୀ ଏୟାରଟେଲ ଯଥାକ୍ରମେ ୨ୟରୁ ୧୦ମ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking