31.1 C
Bhubaneswar
Sunday, October 20, 2024
Homeଅପରାଧ୧୬ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ; ରଶି ଲଗାଇ ଆତ୍ମହତ୍ୟାକଲା ପୀଡ଼ିତା

୧୬ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ; ରଶି ଲଗାଇ ଆତ୍ମହତ୍ୟାକଲା ପୀଡ଼ିତା

ନୂଆଦିଲ୍ଲୀ : ଦିନୁକ ଦିନ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି । ପିଶାଚ ପୁରୁଷଙ୍କ କାମନା ନିଆଁରେ ଜଳିଯାଉଛନ୍ତି ନିରୀହ ନାବାଳିକା ଓ ଯୁବତୀ । ନ୍ୟାୟ ପାଇଁ କେହି କେହି ସଂଘର୍ଷ କରୁଥିବା ବେଳେ ଶେଷରେ କିଛି ଯୁବତୀ ଆତ୍ମହତ୍ୟା ପରି ଏକ ଅପରାଧର ରାସ୍ତାକୁ ବାଛିନେଉଛନ୍ତି । ଦିନକୁ ଦିନ ଏହି ଅପରାଧ ବଢ଼ି ଚାଲିଥିବା ବେଳେ ପୁଣି ବର୍ତ୍ତମାନ ଜଣେ ନାବାଳିକାଙ୍କ ସହ ହୋଇଛି ଗଣଦୁଷ୍କର୍ମ । ନାବାଳିକାଙ୍କ ସହ ୩ଜଣ ଯୁବକ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏପରି ଏକ ଦୁଃଖଦ ଘଟଣା ରାଜସ୍ଥାନରେ ଘଟିଛି ।

ଅଲୱାର ଜିଲ୍ଲାର ନାଉଗାଓଁରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଚଳାଇଛି । ସୂଚନା ମୁତାବକ ସେହି ଗାଁର ଜଣେ ୧୬ ବର୍ଷୀୟ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି ୩ଜଣ ଯୁବକ । ନାବାଳିକା ଜଣକ ରାତିରେ ତାଙ୍କ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦେବାକୁ ଯିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତ ଯୁବକମାନେ ସେଠାରୁ ଚାଲିଯିବା ପରେ ପୀଡ଼ିତା ରଶି ରଗାଇ ଆତ୍ମହତ୍ୟା କେରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦହକୁ ଜବତ କରିଥିଲା । ପରେ ଶବବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି । ଘଟଣାରେ ୩ଜଣ ଯୁବକଙ୍କୁ ପୋଲିସ ଗିରଫ କରିବା ସହ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking