24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶକଙ୍ଗୋରେ ପୁଣି ନରସଂହାର; ୨୨ଜଣଙ୍କୁ ନିର୍ମମ ହତ୍ୟା କଲେ ଚରମପନ୍ଥୀ

କଙ୍ଗୋରେ ପୁଣି ନରସଂହାର; ୨୨ଜଣଙ୍କୁ ନିର୍ମମ ହତ୍ୟା କଲେ ଚରମପନ୍ଥୀ

କିନସାସା: କଙ୍ଗୋରେ ପୁଣି ନରସଂହାର । କଙ୍ଗୋର ପୂର୍ବ ଇଟୁରି ଏବଂ ଉତ୍ତର କିଭୁ ଅଞ୍ଚଳରେ ୨୨ଜଣଙ୍କୁ ନିର୍ମ ହତ୍ୟା କରିଲେ ଚରମପନ୍ଥୀ । କଙ୍ଗୋ ଭଳି ଲୋକତାନ୍ତ୍ରିକ ରାଜ୍ୟରୁ ଆଜି ଏଭଳି ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶରେ ସେନା ତଥା ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ହସ୍ତକ୍ଷେପ ସତ୍ତ୍ୱେ ବିଗତ କିଛି ବର୍ଷ ଧରି କଙ୍ଗୋରେ ହିସାଂ ଜାରି ରହିଛି । ଚରମପନ୍ଥୀଙ୍କ ଦଙ୍ଗା ମାମଲା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଶନିବାର ଦିନ ଇଟୁରୀର କେତେକ ଗ୍ରାମରେ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଧିକାରୀ ତଥା ରାଜନେତାମାନେ କୋଡେକୋ ଗ୍ରୁପକୁ ଦାୟୀ କରିଛନ୍ତି । ଲୁବେରା କ୍ଷେତ୍ରର ପ୍ରଶାସକ କର୍ଣ୍ଣଲ ଏଲେନ କିବେବାଙ୍କ କହିବା ଅନୁସାରେ, ଉତ୍ତରୀ କିବୁର ମାଉଣ୍ଟ କ୍ୟବିରିମୁର ନଗୁଲି ଗ୍ରାମରେ ୧୦ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୩ଜଣଙ୍କୁ ଅପହରଣ କରିଥିଲେ । ଏହି ଆକ୍ରମଣ ପାଇଁ ଏଡିଏଫକୁ ଦାୟୀ କରାଯାଇଛି । ବ୍ୟାପକ ହିଂସାକୁ ରୋକିବା ପାଇଁ କଙ୍ଗୋ ସରକାର ଉତ୍ତରକିବୁ ଏବଂ ଇଟୁରୀରେ ଘେରାବନ୍ଧୀ ଘୋଷଣା କରିଥିଲେ । ଏହାପରେ ମଧ୍ୟ ହତ୍ୟା ଏବଂ ବିଦ୍ରୋହୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ । ଏହା ପୂର୍ବରୁ କଙ୍ଗୋରେ ୧୯ଜଣଙ୍କ ମୃତ୍ୟୁ ହୋଇଥିଲା । ଉତ୍ତର କିବୁର କରିନ୍ଦରା ଗ୍ରାମରେ ହୋଇଥିବା ଏହି ଆକ୍ରମଣରେ ୧୯ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଏନେଇ ଏଡିଏଫ ବିଦ୍ରୋହୀଙ୍କୁ ଦାୟୀ କରିଥିଲେ ପୂର୍ବ ଗଭର୍ଣ୍ଣର ନଜାଞ୍ଜୁ କାସିବିତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking