24.1 C
Bhubaneswar
Sunday, October 20, 2024
Homeଅପରାଧପ୍ରେମିକାକୁ ଜୀଅନ୍ତା ଜାଳିଦେଲା ପ୍ରେମିକ....

ପ୍ରେମିକାକୁ ଜୀଅନ୍ତା ଜାଳିଦେଲା ପ୍ରେମିକ….

ପାଟନା: କିଛି ଦିନରେ ଦେଖା ସାକ୍ଷାତ ପରେ ଯୁବକକୁ ମନ ଦେଇ ବସିଥିଲେ ନାବାଳିକା । ଭାବିଥିଲେ ପ୍ରେମିକାରୁ ଜୀବନସାଥୀ କରିବ ପ୍ରେମିକ । ଏହାଭାବି ନିଜର ସର୍ବସ୍ୱ ଦେଇଦେଇଥିଲେ ପ୍ରେମିକକୁ । କିନ୍ତୁ ଶାରିରୀକ ସୁଖ ପାଇବା ପରେ ଧୋକା ଦେଲା ପ୍ରେମିକ । ବିବାହ କରିବା ବଦଳରେ ସବୁଦିନ ପାଇଁ ମୃତ୍ୟୁଶେଯରେ ଶୁଆଇ ଦେଲା ଦଗାଦିଆ ପ୍ରେମିକ । ଏଭଳି ହୃଦୟବିଦାରକ ି ଘଟଣା ବିହାରର ନବାଦା ଜିଲ୍ଲାର ରଜୌଲି ଥାନା ଅଞ୍ଚଳରୁ ଆସିଛି । ନାବାଳିକା ପ୍ରେମିକା ଗର୍ଭବତୀ ହେବା ଖବର ଶୁଣିବା ପରେ ପ୍ରେମିକାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି ପ୍ରେମିକ । ଏଭଳି ଲୋମଟାଙ୍କୁରା ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ବିଶ୍ୱାସରେ ବିଷ ଦେଇଛି ପ୍ରେମିକ । ଘଟଣାକୁ ନେଇ ନାବାଳିକାଙ୍କ ପିତା ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ୪ ଜଣଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ପିତା ।

ତାଙ୍କ ୧୬ ବର୍ଷୀୟା ଝିଅର ଗାଁର ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଚାଲିଥିଲା । ଏ ସମ୍ପର୍କରେ କାହାରିକି ଖବର ମଧ୍ୟ ନଥିଲା । ଯେତେବେଳେ ନାବାଳିକା ଗର୍ଭବତୀ ହେଲେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ପିତା । ଏପରିକି ଯୁବକକୁ ବିବାହ କରିବାକୁ ଚାହୁଁଥିଲେ ନାବାଳିକା । କିନ୍ତୁ ଯୁବକଙ୍କ ପରିବାର ଏ ସମ୍ପର୍କରେ ଖୁସି ନଥିଲେ । ଏପରିକି ବିବାହ ପାଇଁ ମଧ୍ୟ ରାଜି ନଥିଲେ ।

ତେଣୁ ସବୁଦିନ ପାଇଁ ତାକୁ ରାସ୍ତାରୁ ହଟାଇବା ପାଇଁ ମାରପିଟ୍ କରିବା ସହ ତେଲ ଢାଳି ଜୀଅନ୍ତା ଜାଳି ଦେଇଛନ୍ତି । ଏତିକିରେ ସରିନଥିଲା ନୃଶଂସତାର କାହାଣୀ । ନାବାଳିକାଙ୍କ ପରିବାର ଲୋକଙ୍କ ଧମକ ଚମକ ଦେଇ ଅନ୍ତିମ ସଂସ୍କାର କରି ଦେଇଥିଲେ ଯୁବକଙ୍କ ପରିବାର । ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ନକରିବାକୁ ଧମକ ମଧ୍ୟ ଦେଇଥିବା ନାବାଳିକାଙ୍କ ବାପା ଥାନାରେ କହିଛନ୍ତି । ଏପରିକି ପରିବାର ଲୋକଙ୍କୁ ନଜରବନ୍ଦୀ କରି ରଖିଥିଲେ ଅଭିଯୁକ୍ତଙ୍କ ପରିବାରଲୋକେ । କିନ୍ତୁ ଶୁକ୍ରବାର ଯେଣତେଣ ରୋଗର ବାହାନା କରି ଘରୁ ବାହାରିଥିଲେ । ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁରା ଘଟଣାର ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking