23.1 C
Bhubaneswar
Saturday, October 19, 2024
Homeଅପରାଧପ୍ରେମିକ ସହ ମିଶି ଭାଇକୁ କାଟି ଫିଙ୍ଗିଦେଲା ଭଉଣୀ.... କାରଣ କ’ଣ ଜାଣିଛନ୍ତି....

ପ୍ରେମିକ ସହ ମିଶି ଭାଇକୁ କାଟି ଫିଙ୍ଗିଦେଲା ଭଉଣୀ…. କାରଣ କ’ଣ ଜାଣିଛନ୍ତି….

ବେଙ୍ଗାଲୁରୁ: ପ୍ରେମରେ କଣ୍ଟା ସାଜିଲା ଭାଇ । ପରପୁରୁଷ ସାଙ୍ଗରେ ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଭାଇ ରକ୍ତରେ ହୋଲି ଖେଳିଲା ନିଷ୍ଠୁର ଭଉଣୀ । ପ୍ରେମିକ ସହ ମିଶି ନିଜ ଭାଇକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ଅଳିଆ ଗଦାରେ ଫିଙ୍ଗି ଦେଲା । ଏହାପରେ ପ୍ରେମିକ ସହ ଛୁ ମାରିଲା । ଶେଷରେ ୮ ବର୍ଷ ପରେ ଅଭିଯୁକ୍ତ ଭଉଣୀ ସହ ତା’ର ପ୍ରେମିକକୁ ଗିରଫ କରିଛି ପୋଲିସ । ୨୦୧୫ ମସିହାରେ ବେଙ୍ଗାଲୁରୁର ଜିଗନି ଅଞ୍ଚଳରେ ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଥିଲା । ସୂଚନା ଅନୁଯାୟୀ, କର୍ଣ୍ଣାଟକ ବିଜୟପୁରା ଅଞ୍ଚଳର ସୁପୁତ୍ର ଶଙ୍କରପ୍ପା ନାମକ ବ୍ୟକ୍ତି ବିବାହ ପରେ ନିଜ ସ୍ତ୍ରୀକୁ ଛାଡି ଚାକିରି ପାଇଁ ବେଙ୍ଗାଲୁରୁ ଆସିଥିଲେ । ସେ ଏଠାରେ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ ।

ଏହିଠାରେ ଭାଗଶ୍ରୀ ନାମକ ମହିଳାଙ୍କ ସହ ତାଙ୍କର ଦେଖା ହୋଇଥିଲା । ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ । ସୁପୁତ୍ର ବିବାହିତ ଥିବା ସତ୍ତ୍ୱେ ଭାଗଶ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏହି ପ୍ରେମୀଯୁଗଳ ଜିଗାନି ଅଞ୍ଚଳରେ ଏକ ଭଡାଘରେ ଏକାଠି ରହୁଥିଲେ । ଥରେ ଭାଗ୍ୟଶ୍ରୀଙ୍କ ଭାଇ ନିଙ୍ଗାରାଜୁ ଭଉଣୀଙ୍କୁ ଦେଖା କରିବା ପାଇଁ ତା’ର ଘରେ ପହଞ୍ଚିଥିଲେ । ସୁପୁତ୍ର ଏବଂ ଭାଗଶ୍ରୀ ଏକାଠି ରହୁଥିବା ସେ ଦେଖିଥିଲେ । ସୁପୁତ୍ର ବିବାହିତ ଥିବାରୁ ନିଙ୍ଗାରାଜୁ ନିଜ ଭଉଣୀଙ୍କୁ ତାଙ୍କ ସହ ସମ୍ପର୍କ ନରଖିବାକୁ ତାଗିଦ୍ କରିଥିଲେ । ଏହାକୁ ନେଇ ଭାଇ-ଭଉଣୀଙ୍କ ଭିତରେ ଖୁବ୍ ପାଟିତୁଣ୍ଡ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା । ପ୍ରେମର ଅନ୍ଧ ସାଜିଥିବା ଭଉଣୀ ଭାଗ୍ୟଶ୍ରୀ ପ୍ରେମିକ ସହ ମିଶି ନିଜ ଭାଇକୁ ହତ୍ୟା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking