32.1 C
Bhubaneswar
Saturday, October 19, 2024
Homeଅପରାଧ୬ ବର୍ଷର ଶାଳିକୁ ଦୁଷ୍କର୍ମ ପରେ ହତ୍ୟା କଲା ଭିଣୋଇ!

୬ ବର୍ଷର ଶାଳିକୁ ଦୁଷ୍କର୍ମ ପରେ ହତ୍ୟା କଲା ଭିଣୋଇ!

ପାଟନା: ପିଶାଚ ସାଜିଲା ଜ୍ୱାଇଁ । ୬ ବର୍ଷର ଶାଳିକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ବିହାରର ସହରସା ଜିଲ୍ଲାରେ ୬ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନାବାଳିକାର ମୃତଦେହକୁ ମକା କ୍ଷେତରୁ ଉଦ୍ଧାର କରିଛି ପୋଲିସ । ଗତ ୧୬ ତାରିଖରୁ ନାବାଳିକା ନିଖୋଜ ଥିବା ବେଳେ ଗତକାଲି ତାର ମୃତଦେହ ମିଳିଛି । ତେବେ ପୋଲିସ ବ୍ୟବଚ୍ଛେଦ ଲାଗି ମୃତଦେହକୁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି । ମୃତ ନାବାଳିକାର ପିତା କହିଛନ୍ତି, “ମୋ ଝିଅ ଘରେ ଥିଲା । ପଡ଼ୋଶୀ ଘରର ଜ୍ୱାଇଁ ଆସିଥିଲେ । ଆମେ ତାଙ୍କ ପାଇଁ ଘରେ ଭୋଜନର ବ୍ୟବସ୍ଥା କରିଥିଲୁ । ଏହାପରେ ଜ୍ୱାଇଁ ଜଣକ ମୋ ଝିଅକୁ ଚକୋଲେଟ ଖୁଆଇବାକୁ ସାଥୀରେ ନେଇଥିଲେ ।

ଏହାପରଠୁ ମୋ ଝିଏ ନିଖୋଜ ରହିଛି । ଜ୍ୱାଇଁ ମୋ ଝିଅ ସହିତ ପ୍ରଥମେ ଦୁଷ୍କର୍ମ କରି ପରେ ତାକୁ ହତ୍ୟା କରିଛି । ଏବେ ପୋଲିସ କ୍ଷେତରୁ ମୋ ଝିଅର ମୃତଦେହକୁ ଠାବ କରିଥିବା ବେଳେ ବ୍ୟବଚ୍ଛେଦ ଲାଗି ନିକଟ ସହରସା ହସ୍ପିଟାଲକୁ ପଠାଇଛି । ତେବେ ଗତ ୧୬ ତାରିଖରେ ଜ୍ୱାଇଁ ଆମ ଘରକୁ ଆସିଥିଲେ । ଏନେଇ ଥାନା ଅଧିକାରୀ ରାମଶଙ୍କର କୁମାର କହିଛନ୍ତି, “ନାବାଳିକା ଜଣକ ମାର୍ଚ୍ଚ ୧୬ରୁ ନିଖୋଜ ଥିଲା ।

ପଡୋଶୀ ଘରର ଜ୍ୱାଇଁ ଘରକୁ ଆସିଥିଲା । ସେ ନାବାଳିକାକୁ ଚକୋଲେଟ ଖୁଆଇବାକୁ ନେଇ ଦୁଷ୍କର୍ମ କରିଥିବା ନାବାଳିକାର ପିତା ଅଭିଯୋଗ ଆଣିଛନ୍ତି । ସେପଟେ ଶନିବାର ନାବାଳିକା କ୍ଷେତରେ ପଡ଼ିଥିବା ଏକ ମହିଳା ପ୍ରଥମେ ଦେଖିଥିଲେ । ଏନେଇ ସେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ନାବାଳିକାର ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ଲାଗି ସଦର ହସ୍ପିଟାଲକୁ ପଠାଯାଇଥିଲା । ବ୍ୟବଚ୍ଛେଦ ପରେ ନାବାଳିକାର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking