19.1 C
Bhubaneswar
Sunday, November 24, 2024
Homeଅପରାଧପରକିୟା ପ୍ରେମକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା

ପରକିୟା ପ୍ରେମକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା

ବାଲେଶ୍ୱର: ପରକିୟା ପ୍ରେମକୁ ବିରୋଧ କରିବାରୁ ସ୍ୱାମୀ ନେଲା ସ୍ତ୍ରୀର ଜୀବନ । ଏଭଳି ସଙ୍ଗିନ୍ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ସୂଚନା ମୁତାବକ କପ୍ତିପଦା ଥାନା ଅଞ୍ଚଳର ପ୍ରଶାନ୍ତ ମଣ୍ଡଳଙ୍କ ଝିଅ ସବିତା ମଣ୍ଡଳଙ୍କୁ ବରହମପୁର ଥାନା ଅଧିନ ଗରଡ଼ିହି ଗାଁ’ର ମୁରଲୀଧର ବେହେରାଙ୍କ ପୁଅ ଦୀପ୍ତି କିଶୋର ବେହେରା ୩ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥଲେ । ବାହାଘରର ୬ ମାସ ପରେ ଦୀପ୍ତିଙ୍କ ବାପା-ମା’ ସମେତ ପରିବାର ଲୋକେ ଅଧିକ ଯୌତୁକ ଦାବିକରି ପିଟାମରା କରିଆସୁଥିଲେ । ସବିତାଙ୍କ ଘର ଲୋକେ ଏହା ଜାଣିବା ପରେ ବହୁବାର ବୈଠକ କରି ବୁଝାସୁଝା କରିଥିଲେ ।

ହେଲେ ଉକ୍ତ ଘଟଣା ବାରମ୍ବାର ବେହାପରେ ଏକ ଲିଖିତ ଏତଲା ୧୬ / ୭ / ୨୦ ମସିହାରେ ବରହମପୁର ଥାନାରେ ଦେଇଥିଲେ । ଝିଅର ଭବିଷ୍ୟତକୁ ଲକ୍ଷ୍ୟ କରି ଉଭୟେଙ୍କ ମଧ୍ୟରେ ଥାନାରେ ଆପୋଷ ବୁଝାବଣା ମଧ୍ୟ ହୋଇଥିଲା । ପରେ ଦୀପ୍ତିଙ୍କ ଗାଁ’ର ଅନ୍ୟଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଯାହାକୁ ବିରୋଧ କରିଥିଲେ ସବିତା । ଏନେଇ ସବିତା ଓ ଦୀପ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗତ ୧୭ ତାରିଖ ଦିନ ଦୀପ୍ତିଙ୍କ ପ୍ରେମିକା ତାଙ୍କ ଘରକୁ ଆସିବା ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମାର୍‌ପିଟ୍ ହୋଇଥିଲା । ଏଥିରେ ସବିତା ଗୁରୁତର ହେବାରୁ ତାଙ୍କୁ ମେଡିକାଲ ନେଇଥିଲେ ।

ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ମାଡ଼ପିଟରେ ସବିତାଙ୍କ ମୃତ୍ୟୁ ହୋଇଥିବା ଝିଅର ବାପା ପ୍ରଶାନ୍ତ ମଣ୍ଡଳ ବରହମପୁର ଥାନାରେ ସ୍ୱାମୀ ଦୀପ୍ତି କିଶୋର ବେହେରା, ଶାଶୁ କମଳା ବେହେରା, ମମତା ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ହତ୍ୟାକାରୀକୁ ଉଚିତ ଦଣ୍ଡ ମିଳୁବୋଲି ଅନୁରୋଧ କରିଛନ୍ତି । ଏନେଇ ବରହମପୁର ଥାନା ପକ୍ଷରୁ ହତ୍ୟା ମାମଲା ରୁଜୁ କରି ସ୍ୱାମୀ ଦୀପ୍ତି କିଶୋର ବେହେରାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking