27.1 C
Bhubaneswar
Sunday, September 29, 2024
Homeଓଡିଶାମାଟ୍ରିକ ପରୀକ୍ଷା ଚତୁର୍ଥ ଦିନ: ସାଧାରଣ ବିଜ୍ଞାନ ପରୀକ୍ଷାରେ ୧୭ ହଜାର ୪ଶହ ଅନୁପସ୍ଥିତ; କପି...

ମାଟ୍ରିକ ପରୀକ୍ଷା ଚତୁର୍ଥ ଦିନ: ସାଧାରଣ ବିଜ୍ଞାନ ପରୀକ୍ଷାରେ ୧୭ ହଜାର ୪ଶହ ଅନୁପସ୍ଥିତ; କପି କରି ଧରାପଡିଲେ ୪୧ଜଣ ଛାତ୍ରଛାତ୍ରୀ

କଟକ: ଚଳିତ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-(ଏସଏ)-୨ର ଚତୁର୍ଥ ଦିନ ପରୀକ୍ଷା ଶେଷ ହୋଇଛି । ଆଜି ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସାଧାରଣ ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି । ଉକ୍ତ ପରୀକ୍ଷାରେ ବିଭିନ୍ନ କେନ୍ଦ୍ରରେ ୪୧ଜଣ କପି କରି ଧରାପଡିଥିବା ବେଳେ ସେଥିମଧ୍ୟରୁ ରାଜ୍ୟ ମୁକ୍ତ ସାର୍ଟିଫିକେଟରେ ୪ଜଣ ଧରାପଡିଥିବା ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ପ୍ରଥମ ଦିନ ଓଡ଼ିଆରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୧୧ଜଣ କପି କରି ଧରାପଡିଥିବା ବେଳେ ଦ୍ୱିତୀୟ ଦିନ ଇଂରାଜୀରେ ୨୩ଜଣ ଓ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷାରେ ୨୭ ଜଣ ଛାତ୍ରଛାତ୍ରୀ ଧରାପଡି ମାଲ ପ୍ରାକ୍ଟିସ (ଏମପି) ହୋଇଛନ୍ତି । ଅନ୍ୟପକ୍ଷରେ ତୃତୀୟ ଦିନରେ ରାଜ୍ୟର ବିଭନ୍ନ ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବାକୁ ଆସିନାହାନ୍ତି ।

ସାଧାରଣ ବିଜ୍ଞାନ ପରୀକ୍ଷାରେ ରାଜ୍ୟରେ ୧୭ ହଜାର ୬ଶହ ୬୧ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାପଡିଛି । ସେଥିରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟରେ ୧୬ ହଜାର ୪୯୫ଜଣ, ସଂସ୍କୃତ ମଧ୍ୟମାରେ ୫୦୫ ଜଣ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୬୬୧ ଜଣ ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେବାକୁ ଆସିନଥିବା ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking