27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶକରୋନା ମାମଲା ବୃଦ୍ଧିକୁ ନେଇ କେନ୍ଦ୍ର ଚିନ୍ତିତ; ୬ ରାଜ୍ୟକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

କରୋନା ମାମଲା ବୃଦ୍ଧିକୁ ନେଇ କେନ୍ଦ୍ର ଚିନ୍ତିତ; ୬ ରାଜ୍ୟକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଦେଶର ଛଅଟି ରାଜ୍ୟରେ ଇତିମଧ୍ୟରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏଥିରେ କେନ୍ଦ୍ର ସରକାର ଚିନ୍ତାବ୍ୟକ୍ତ କରିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ୬ ରାଜ୍ୟକୁ ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି, ଗତ କିଛିମାସ ମଧ୍ୟରେ କରୋନା ମାମଲା ହ୍ରାସ ପାଇଥିଲା । ମାତ୍ର ଗତ ଏକ ସପ୍ତାହ ମଧ୍ୟରେ ମାମଲାରେ ଅନାଚକ ବୃଦ୍ଧି ଦେଖିବାକୁ ମିଳିଛି ।

ଏପରି ସ୍ଥିତିରେ କରୋନାର ବର୍ଦ୍ଧିତ ମାମଲାକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦେବାକୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ସେ କହିଛନ୍ତି । ଯେଉଁ ଛଅ ରାଜ୍ୟକୁ ଚିଠି ଲେଖାଯାଇଛି, ତା’ ମଧ୍ୟରେ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡ଼ୁ, ତେଲେଙ୍ଗାନା, କେରଳ ଓ କର୍ଣ୍ଣାଟକ ସାମିଲ । ମାର୍ଚ୍ଚ ୧୫ ବେଳକୁ ମାମଲାରେ ବୃଦ୍ଧି ଘଟିଥିବାରୁ ରାଜ୍ୟ ସରକାର ଟେଷ୍ଟ୍‌, ଟ୍ରିଟ୍‌, ଟ୍ରାକ୍ ଓ ଭ୍ୟାକ୍ସିନେସନ୍ ଉପରେ ଜୋର୍ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠିରେ କହିଛନ୍ତି ।

ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ତଥ୍ୟ ଅନୁସାରେ ଚାରି ମାସର ବ୍ୟବଧାନରେ ପରେ ଦିନରେ ୭୦୦ରୁ ଊର୍ଦ୍ଧ୍ୱ କୋଭିଡ୍ ମାମଲା ରେକର୍ଡ କରାଯାଇଛି । ଏହା ଫଳରେ ଦେଶରେ ସକ୍ରିୟ କୋଭିଡ୍ ମାମଲା ସଂଖ୍ୟା ୪,୬୨୩ ହୋଇଛି । ଦେଶରେ ଗତବର୍ଷ ନଭେମ୍ବର ୧୨ ତାରିଖରେ ୭୩୪ ମାମଲା ରେକର୍ଡ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking