28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ୍‌: ଦିଲ୍ଲୀ ହାଇକୋର୍ଟରେ ଆବେଦନ ଖାରଜ; ତେଜସ୍ୱୀଙ୍କୁ ୨୫ରେ ସିବିଆଇ ଜେରା

ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ୍‌: ଦିଲ୍ଲୀ ହାଇକୋର୍ଟରେ ଆବେଦନ ଖାରଜ; ତେଜସ୍ୱୀଙ୍କୁ ୨୫ରେ ସିବିଆଇ ଜେରା

ନୂଆଦିଲ୍ଲୀ : ଲ୍ୟାଣ୍ଡ୍ ଫର୍ ଜବ ସ୍କାମ୍‌ରେ ଗୁରୁବାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଧକ୍କା ଲାଗିଛି । ସିବିଆଇ ସମନ ରଦ୍ଦ ପାଇଁ ତେଜସ୍ୱୀ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ମାର୍ଚ୍ଚ ୨୫ ତାରିଖ ସକାଳ ସାଢ଼େ ୧୦ଟାରେ ତାଙ୍କୁ ସିବିଆଇ ଅଫିସ୍ ଯିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି । ଶୁଣାଣି ବେଳେ ତାଙ୍କ ଓକିଲ କୋର୍ଟରେ ଗୁରୁବାର କହିଥିଲେ, ଏଜେନ୍ସିରେ ହାଜର ହେଲେ ତାଙ୍କୁ ଗିରଫ କରାଯିବ । ଏହାପରେ ତେଜସ୍ୱୀଙ୍କୁ ଗିରଫ କରାଯିବ ନାହିଁ ବୋଲି କୋର୍ଟରେ ସିବିଆଇ ଭରସା ଦେଇଥିଲା ।

ସିବିଆଇ ପକ୍ଷରୁ କୁହାଯାଇଥିଲା ତାଙ୍କୁ କେବଳ ହାଜର ହୋଇ କେତେକ ଡକ୍ୟୁମେଣ୍ଟ୍ ଦେଖାଇବାର ଅଛି । ତେଜସ୍ୱୀ କୋର୍ଟରେ କହିଥିଲେ, ବିହାର ବଜେଟ୍ ଅଧିବେଶନ ଚାଲିଥିବାରୁ ଜେରା ପାଇଁ ବାରମ୍ବାର ଦିଲ୍ଲୀ ଆସିବା ସମ୍ଭବ ନୁହେଁ । ଏହାର ଜବାବରେ ଶନିବାର ବଜେଟ୍ ଅଧିବେଶନ ହୋଇନଥାଏ ଏବଂ ସେହିଦିନ ସେ ଆସିପାରିବେ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି ।

ଏହା ସହିତ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ମଧ୍ୟ ଏଜେନ୍ସି ଭରସା ଦେଇଛି । ପୂର୍ବରୁ ଫେବୃଆରୀ ୨୮, ମାର୍ଚ୍ଚ ୮ ଓ ୧୧ ତାରିଖରେ ସିବିଆଇ ତେଜସ୍ୱୀଙ୍କୁ ସମନ ଜାରି କରିଥିଲା । ଜଷ୍ଟିସ୍ ଦିନେଶ କୁମାର ଶର୍ମାଙ୍କ ବେଞ୍ଚ୍‌ରେ ଚାଲିଥିବା ଶୁଣାଣି ବେଳେ ଆବେଦନରେ ତେଜସ୍ୱୀ କହିଥିଲେ, କଥିତ ଅପରାଧ ବେଳେ ସେ ନାବାଳକ ଥିଲେ । ସିଆର୍‌ପିସିର ୧୬୦ ଧାରା ଉଲ୍ଲଂଘନ କରି ତାଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ନୋଟିସ୍ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking