30.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶମହିଳା ୱାର୍ଲ୍ଡ ବକ୍ସିଂ: ଦ୍ୱିତୀୟ ରାଉଣ୍ଡ୍‌ରେ ନିଖତ୍‌

ମହିଳା ୱାର୍ଲ୍ଡ ବକ୍ସିଂ: ଦ୍ୱିତୀୟ ରାଉଣ୍ଡ୍‌ରେ ନିଖତ୍‌

ନୂଆଦିଲ୍ଲୀ: ଗୁରୁବାରଠାରୁ ଏଠାରେ ମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍‌ଶିପ୍ ଆରମ୍ଭ ହୋଇଥିବା ବେଳେ ଏଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ନିଖତ୍ ଜରିନ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ସେ ଆଜରବୈଜାନ୍ ପ୍ରତିଦ୍ୱନ୍ଦ୍ୱୀ ଅନାଖାନିମ୍ ଇସମାୟିଲୋଭାଙ୍କ ବିପକ୍ଷରେ ଆର୍‌ଏସ୍‌ସି (ରେଫରି ଷ୍ଟପ୍‌ସ କଣ୍ଟେଷ୍ଟ୍‌)ରେ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି । ଦ୍ୱିତୀୟ ରାଉଣ୍ଡ୍‌ରେ ତାଙ୍କର ମୁକାବିଲା ୨୦୨୨ ଆଫ୍ରିକୀୟ ଚାମ୍ପିଅନ୍ ତଥା ଟପ୍ ସିଡ୍ ରୌମାସା ବୌଲାମ୍‌ଙ୍କ ସହ ହେବ । ଏହି ପ୍ରତିଯୋଗିତାରେ ଅଣସିଡେଡ୍ ଭାବେ ଯୋଗ ଦେଇଥିବା ନିଖତ୍ ୫୦ କିଗ୍ରା ଓଜନ ବର୍ଗରେ ଆକ୍ରମଣାତ୍ମକ ଢଙ୍ଗରେ ମୁକାବିଲା ଆରମ୍ଭ କରିଥିଲେ ।

ପ୍ରଥମ ରାଉଣ୍ଡ୍‌ରେ ନିଖତ୍ ସମ୍ପୂର୍ଣ୍ଣ ଭାବେ ପ୍ରଭାବ ବିସ୍ତାର କରିବା ପରେ ଦ୍ୱିତୀୟ ରାଉଣ୍ଡ୍‌ରେ ରେଫରି ତାଙ୍କୁ ବିଜେତା ଘୋଷଣା କରିଥିଲେ । ପ୍ରଥମ ଦିନରେ ଅନ୍ୟତମ ଭାରତୀୟ ବକ୍ସର୍ ସାକ୍ଷୀ ଚୌଧୁରୀ ୫୨ କିଗ୍ରା ଓଜନ ବର୍ଗରେ ପ୍ରିକ୍ୱାର୍ଟର୍‌କୁ ଉନ୍ନୀତ ହୋଇଛନ୍ତି । ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଥିବା ସାକ୍ଷୀ କଲମ୍ବିଆର ମାର୍ଟିନେଜ୍ ମାରିଆ ଜୋସ୍‌ଙ୍କ ବିପକ୍ଷରେ ୫-୦ରେ ବିଜୟୀ ହୋଇ ଏହି ପର୍ଯ୍ୟାୟରେ ପହଞ୍ଚିଛନ୍ତି । ସେ ଦ୍ୱିତୀୟ ରାଉଣ୍ଡ୍‌ରେ କଜାଖ୍‌ସ୍ତାନର ଉରାକବାୟେଭା ଝାଜିରାଙ୍କୁ ଭେଟିବେ । ଆହୁରି ନୂପୁର ଶିଓରାନ୍ +୮୧ କିଗ୍ରା ବର୍ଗରେ ଗୟାନାର ଆବିଓଲା ଜାକମାନ୍‌ଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି ।

ଏହି ରାଉଣ୍ଡ୍‌ରେ ସେ ୨୦୧୬ ୱାର୍ଲ୍ଡ ଚାମ୍ପିଅନ୍ କଜାଖ୍‌ସ୍ତାନର ଲଜ୍ଜତ୍ କୁଙ୍ଗିବାୟେଭାଙ୍କୁ ଭେଟିବେ । ସେହିପରି ହଙ୍ଗେରୀର ହାନ୍ନା ଲାକୋଟାର୍‌ଙ୍କୁ ହରାଇ ଭାରତର ପ୍ରୀତି ୫୪ କିଗ୍ରା ଓଜନ ବର୍ଗ ପ୍ରିକ୍ୱାର୍ଟର୍‌ରେ ପହଞ୍ଚିଥିବା ବେଳେ ଉକ୍ତ ରାଉଣ୍ଡ୍‌ରେ ତାଙ୍କର ମୁକାବିଲା ଗତ ସଂସ୍କରଣର ରୌପ୍ୟ ପଦକ ବିଜେତା ରୋମାନିଆର ଲାକ୍ରାମିଓରା ପେରିଜୋକ୍‌ଙ୍କ ସହ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking