27.1 C
Bhubaneswar
Sunday, September 29, 2024
Homeଅପରାଧବୋହୂକୁ ଇଟାରେ ଛେଚିଲା ଶ୍ୱଶୁର....

ବୋହୂକୁ ଇଟାରେ ଛେଚିଲା ଶ୍ୱଶୁର….

ଦିଲ୍ଲୀ: ରାଜଧାନୀ ଦିଳ୍ଲୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉତ୍ତରପଶ୍ଚିମ ଦିଲ୍ଲୀରେ ଜଣେ ୧୬ ବର୍ଷୀୟା ବୋହୂଙ୍କୁ ତାଙ୍କ ଶଶୁର ରାସ୍ତା ମଝିରେ ଅତି ନିର୍ମମ ଭାବେ ଇଟାରେ ଛେଚି ଆକ୍ରମଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବୋହୂ ବାହାରେ କାମ କରିବାକୁ ଚାହୁଁଥିବାରୁ ରାଗରେ ଆସି ଶଶୁର ଏପରି କରିଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପୀଡ଼ିତା ବୋହୂଙ୍କ ନାମ କାଜଲ । ସୂଚନା ଅନୁଯାୟୀ, କାଜଲ ବାହାରେ କାମ କରି ତାଙ୍କ ସ୍ୱାମୀଙ୍କୁ ଆର୍ôଥକ ସହାୟତା ଦେବାକୁ ଭାବି ଏକଥା ପରିବାର ଲୋକଙ୍କ ଆଗରେ କହିଲେ । ମାତ୍ର ଏକଥା କାଜଲଙ୍କ ଶଶୁରଙ୍କୁ ପସନ୍ଦ ଆସିଲା ନାହିଁ । ସେ ରାଗରେ ଆସି କାଜଲଙ୍କୁ ମାରଧର କଲେ । ଏପରିକି ଏକ ଇଟା ଧରି ରାସ୍ତା ମଝିରେ ଶଶୁର କାଜଲଙ୍କୁ ଆକ୍ରମଣ ବି କରିବାକୁ ପଛେଇଲେନି । ମଙ୍ଗଳବାର ବୋହୂ ଜଣକ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯିବା ନେଇ ଶଶୁର ଏପରି କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ କାଜଲ ଇଣ୍ଟରଭିୟୁ ପାଇଁ ଦିଲ୍ଲୀର ପ୍ରେମ ନଗରରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଶଶୁର ଏକ ଇଟାରେ ତାଙ୍କୁ ଆକ୍ରମଣ କରିଛନ୍ତି । ପ୍ରଥମେ ଶଶୁର ଜଣକ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର ମହିଳା ନବୁଝି ସେଠାରେ ଯିବାକୁ ବାହାରିବାରୁ ଶଶୁର ଇଟାରେ ଆକ୍ରମଣ କରିଥିଲେ । ଶଶୁର ଆକ୍ରମଣରେ ବୋହୂ ଆହତ ହେବା ପରେ ତାଙ୍କୁ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତାଙ୍କ ଦେହରେ ୧୭ଟି ସିଲେଇ ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking