20.1 C
Bhubaneswar
Monday, November 18, 2024
Homeଓଡିଶାବ୍ରିଟିଶ ଡେପୁଟି ହାଇକମିଶନରଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

ବ୍ରିଟିଶ ଡେପୁଟି ହାଇକମିଶନରଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

ଭୁବନେଶ୍ୱର: ବ୍ରିଟିଶ ଡେପୁଟି ହାଇକମିଶନର ପିଟର କୁକ୍ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ବିଶ୍ୱ ଦକ୍ଷତା କେନ୍ଦ୍ର ଟିମ୍ ସହ ଆଲୋଚନା କରିବା ଅବସରରେ ବିଭିନ୍ନ ପାଠ୍ୟକ୍ରମର ଲ୍ୟାବ୍ ପରିଦର୍ଶନ କରି ଓଡ଼ିଶା ଦକ୍ଷତା ଇକୋସିଷ୍ଟମ୍ ସମ୍ପର୍କରେ ସେ ସ୍ପଷ୍ଟ ଧାରଣା ହାସଲ କରିଥିଲେ । ଆଲୋଚନା ଓ ଉପସ୍ଥାପନା ସମୟରେ ଦକ୍ଷତା ପ୍ରଶିକ୍ଷଣ ସମ୍ବନ୍ଧରେ ଅଭିଜ୍ଞତା ବାଣ୍ଟିବା ସହିତ ଅନେକ ବିଷୟ ଉପରେ ଆଲୋଚନା କରାଯାଇଥିଲା । ବ୍ରିଟିଶ କାଉନ୍‌ସିଲ ସହ ଆସୋସିଏସନ୍‌, ୟୁକେକୁ ଛାତ୍ର ବିନିମୟ କାର୍ଯ୍ୟକ୍ରମ, ୟୁକେର କମ୍ପାନୀଗୁଡ଼ିକରେ ଭବିଷ୍ୟତର ନିଯୁକ୍ତି ପାଇଁ ୟୁକେ ଶ୍ରମ ପରିଷଦ ଅନୁଯାୟୀ ପାଠ୍ୟକ୍ରମ ଏବଂ ସ୍ୱୀକୃତି, ବ୍ରିଟିଶ କାଉନ୍‌ସିଲ ସହଯୋଗରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ସାଇବର ସିକ୍ୟୁରିଟିରେ ଦକ୍ଷତା ପ୍ରଶିକ୍ଷଣର ପ୍ରଚଳନ ଇତ୍ୟାଦି ଆଲୋଚନାରେ ସ୍ଥାନପାଇଥିଲା । ବୈଠକରେ ଦକ୍ଷତାକେନ୍ଦ୍ରର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ଅଧ୍ୟକ୍ଷ ସଂଗରଣ ଗୋପାଳ ଏବଂ ଉପାଧ୍ୟକ୍ଷ ଶୁଭଙ୍ଗ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking