20.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶପାକିସ୍ତାନରେ ପୁଣି ବିଦ୍ୟୁତ୍ ସଙ୍କଟ: କରାଚି ସମେତ ଅନ୍ଧାରରେ ଅନେକ ସହର

ପାକିସ୍ତାନରେ ପୁଣି ବିଦ୍ୟୁତ୍ ସଙ୍କଟ: କରାଚି ସମେତ ଅନ୍ଧାରରେ ଅନେକ ସହର

ଇସ୍‌ଲଶମ୍‌ବାଦ୍‌: ପାକିସ୍ତାନରେ ପୁଣି ବିଜୁଳି ସଙ୍କଟ । ଟ୍ରାନ୍ସମିଶନ ଲାଇନ୍ ଠପ୍ ହେବା ଯୋଗୁଁ କରାଚି ସମେତ ଦେଶର ଅନେକ ସହରରେ ଅନ୍ଧାର । ରିପୋର୍ଟ ଅନୁଯାୟୀ, କରାଚିର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ଠପ୍ ହୋଇପଡିଛି । ବୈଷୟିକ ତ୍ରୁଟି ଯୋଗୁଁ ହାଇ ଟେନସନ କେବଲ ଟ୍ରିପ୍ ହୋଇଯାଇଛି । ଆଉ ଏଥିପାଇଁ କରାଚିର ୪୦ ପ୍ରତିଶତ ଅଞ୍ଚଳ ଅନ୍ଧାରରେ ରହିଛି । ଏହି କାରଣ ଯୋଗୁଁ ଅନେକ ଗ୍ରୀଡ଼ ଷ୍ଟେସନ ଟ୍ରିପ୍ ହୋଇଯାଇଛି । ରିପୋର୍ଟ ଅନୁସାରେ, କରାଚିର ଚୌରଙ୍ଗୀ, ସଦର, ଲାଇନ୍ସ ଏରିଆ, ଡିଫେନ୍ସ ହାଉସିଂ ଅଥରିଟି, ପଞ୍ଜାବ କଲୋନୀ, ଗୁଲିସ୍ତାନ-ଏ-ଜୌହର, କୋରଙ୍ଗୀରେ ମଧ୍ୟ ବିଜୁଳି ଠପ୍ ହୋଇପଡିଛି । ତେବେ କରାଚିରେ ବିଦ୍ୟୁତ୍ ସପ୍ଲାଇ କରୁଥିବା କମ୍ପାନୀ ଏ ପର୍ଯ୍ୟନ୍ତ କୌଣସି ବୟାନ ଦେଇନାହିଁ । ସୂଚନାଯୋଗ୍ୟ, ଏହାପୂର୍ବରୁ ଜାନୁଆରୀରେ ମଧ୍ୟ ନ୍ୟାସନାଲ ଗ୍ରୀଡରେ ଫ୍ରିକ୍ୱେନ୍ସୀ ଏପଟସେପଟ ଯୋଗୁଁ ପାକିସ୍ତାନରେ ବିଦ୍ୟୁତ୍ ସଙ୍କଟ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ କରାଚି ଅନ୍ଧାରରେ ରହିଥିଲା । ଖାଦ୍ୟ ଆଉ ଅର୍ଥ ସଂକଟ ପରେ ବିଜୁଳି ସଂକଟ ପାକିସ୍ତାନରେ ହାହାକାର ପରିସ୍ଥିତି ସୃଷ୍ଟି କରିଥିଲା । ରାଜଧାନୀ ଇସଲାମାବାଦ, କରାଚି, ଲାହୋର, ପେଶାୱାର ଆଦି ପ୍ରମୁଖ ସହରରେ ବିଜୁଳି ନଥିଲା । ଘଣ୍ଟଘଣ୍ଟା ଧରି ବିଦ୍ୟୁତ୍ ନଥିବାରୁ କଲବଲ ହେଉଥିଲେ ଲୋକେ । ପାକିସ୍ତାନ ଜାତୀୟ ଗ୍ରୀଡ଼ରେ ବିଭ୍ରାଟ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking