32.1 C
Bhubaneswar
Saturday, October 19, 2024
Homeଓଡିଶାଆଜିର ଅନୁଚିନ୍ତା*

ଆଜିର ଅନୁଚିନ୍ତା*

ଜୀବନର ନିୟମ ବି କବାଡିଖେଳଭଳିହୋଇଥାଏ ସଫଳତାର ଗାର ଛୁଇଁବା ସମୟରେହିଁ ଲୋକେ ଆପଣଙ୍କ ଗୋଡ଼ ଟାଣିବା ଆରମ୍ଭକରିଦିଅନ୍ତି !!”

କେହି ଯଦି ତୁମ ଠାରୁ ଦୂରେଇ ଯିବାକୁ ଚାହୁଁଚି ତାକୁ ରାସ୍ତା ଦିଅ ରାଣ ନୁହେଁ କାହିଁକି ନା ଭଲପାଇବା ବାଧ୍ୟ କରି ହାସଲ କରାଯାଏ ନାହିଁ !!”

ଅତୀତକୁ ଭାବି କାନ୍ଦ ନାହିଁ ସେ ଚାଲି ଗଲାଣି ଭବିଷ୍ୟତକୁ ଭାବି ଚିନ୍ତା କରନି ଏଯାଏଁ ସେ ଆସିନାହିଁ ବର୍ତ୍ତମାନ କୁ ନେଇ ବଞ୍ଚନ୍ତୁ ଏବଂ ସୁନ୍ଦର ମୁହଁରେ ହସ ଫୁଟାନ୍ତୁ !!”

“ଲେଖିବାରେ ” Mistake ” pen କରିପାରେ pencil ” ନୁହେଁ କାରଣ ତା ପାଖରେ ତା ସାଙ୍ଗ ଥାଏ ” ରବର୍ ” .. ! ଯେ ପର୍ଯ୍ୟନ୍ତ ଗୋଟେ ସଚା ” ସାଙ୍ଗ ” ଆପଣଙ୍କ ପଖରେ ଥିବ , ସେ ଆପଣଙ୍କ ଜୀବନର ପ୍ରତ୍ୟେକ ଭୁଲ୍ କୁ ଲିଭେଈ . . ଆପଣଙ୍କୁ ଗୋଟେ ଭଲ ମଣିଷ କରି ଗଢ଼ି ତୋଳିବ … so .. ଜୀବନରେ ଭଲ ” ସାଙ୍ଗକୁ କେବେ ଛାଡ଼ନ୍ତୁ ନାହିଁ …

ଅଦ୍ଯ କୁମ୍ଭ ଦି୩୦ନ,ସପ୍ତମୀ ଦ୩୫।୧୪ ରାଘ୮।୬,ଅନୁରାଧା ଦ୬।୨୬ ଦିଗ୮।୧୦,ବିଛା ଚନ୍ଦ୍ର ଦ୬୦ ଓ ନିଶାନ୍ତ ।

ଭାରତୀୟ ସାଧାରଣ ସମୟ ଅନୁସାରେ (IS.T.)
କୁମ୍ଭ ଦ୩/୫୬୮୪୦ ଇଂଘ ୬/୦୦/୩୧ ଗତେ ଉଦୟ।
ସିଂହ ଦ୫/୧୬/୨୦ ଇଂଘ୫/୫୨/୩୫ ଗତେ ଅସ୍ତ।

ଯୋଗିନୀ ବାୟବ୍ୟେ । ରାତ୍ରି ଘ୮।୬ ଗତେ ଐଶାନ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୮।୧୦ ଗତେ ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମକର ରାଶିର ଘାତବାର । ଦିବା ଘ୭।୨୮ ଗତେ ଘ୮।୫୭ ମଧ୍ୟେ ବାରବେଳା । ଘ୧।୨୬ ଗତେ ଘ୨।୫୫ ମଧ୍ୟେ କାଳବେଳା । ରାତ୍ରି ଘ୭।୨୪ ଗତେ ଘ୮।୫୫ ମଧ୍ୟେ କାଳରାତ୍ରି । ମୃତେ ଦ୍ଵିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ରାତ୍ରି ଘ୮।୬ ଗତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୮।୧୦ ଗତେ ଦଶମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ କୂଳଟା ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ ।ତାଳ ରାତ୍ରି ଘ୮।୬ ଗତେ ନାରିକେଳ(ନଡ଼ିଆ) ଭକ୍ଷଣ ନିଷେଧ । ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ତାରାତାରେଣୀ ଯାତ୍ରା ଆରମ୍ଭ । ମାସାନ୍ତ ।

(ଅମୃତ) – ଦିବା ଘ୮।୨୩ ଗତେ ଘ୧୦।୪୭ ମଧ୍ୟେ ଘ୧।୧୧ ଗତେ ଘ୨।୪୭ ମଧ୍ୟେ ଘ୩।୩୫ ଗତେ ଘ୫।୧୧ ମଧ୍ୟେ ରାତ୍ରି ଘ୬।୪୧ ମଧ୍ୟେ ଘ୯।୫ ଗତେ ଘ୧୧।୨୯ ମଧ୍ୟେ ଘ୧।୫୩ ଗତେ ଘ୩।୨୯ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି ।

🌹ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। କୌଣସି ପ୍ରକାରରେ ନିଜର କାମ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

🌹ବୃଷ: ଆପଣଙ୍କର ସାହସ ଓ ଭାବିବାର କ୍ଷମତା ଅନ୍ୟମାନଙ୍କ ଠାରୁ ଅଲଗା ହେବ। କୌଣସି କାମରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

🌹ମିଥୁନ: ପୂଜାପାଠରେ ସମୟ ବିତିବ। କୌଣସି ଭଲ ଖବର ପାଇବେ। ବେପାର ବୃଦ୍ଧି ପାଇଁ କୌଣସି ବଡ଼ କଂପାନି ସହିତ ଡିଲ୍ କରିବେ। ଆପଣଙ୍କୁ କିଛି ନୂଆ ଅଭିଜ୍ଞତା ମିଳିବ।

🌹କର୍କଟ: ନୂଆ ସୁଯୋଗ ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବେ। ସାମାଜିକ କାର୍ଯ୍ୟରେ ସମ୍ବଳ ବିନିଯୋଗ କରିବେ। ଛାତ୍ରଙ୍କୁ ଲେଖାପଢ଼ାରେ ଯଥେଷ୍ଟ ସଫଳତା ମିଳିବ।

🌹ସିଂହ: ପୂର୍ବ କଥାକୁ ନେଇ ଚିନ୍ତା ବଢ଼ିପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନଲାଭ ଯୋଗ ରହିଛି। କିଛି ନୂଆ ଶିଖିବାର ମଉକା ପାଇବେ।

🌹କନ୍ୟା: କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।

🌹ତୁଳା: ପୂର୍ବରୁ କରିଆସୁଥିବା କାମରେ ଲାଭ ପାଇବେ। ଲାଗି ରହିଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ପରିବାରରେ ଖୁସିର ଆଗମନ ହେବ।

🌹ବିଛା: ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ବଡ଼ ପଦକ୍ଷେପ ନିଅନ୍ତୁ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ବ୍ୟବସାୟ କାମରେ ବ୍ୟସ୍ତ ରହିବେ।

🌹ଧନୁ: ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିବେ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କର ପ୍ରଶଂସା ହେବ। ପ୍ରେମିକାଙ୍କୁ ମନର କଥା କହିବେ।

🌹ମକର: ଆପଣ ନିଜର ଲକ୍ଷ୍ୟ ଆଡ଼କୁ ଧ୍ୟାନ ସଜାଇ ରଖିବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଲାଭଦାୟକ ରହିବ।

🌹କୁମ୍ଭ: ଅଚାନକ ଧନଲାଭ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ସନ୍ଧ୍ୟା ସମୟ ଭଲରେ ବିତିବ। ସରକାରୀ ଶିକ୍ଷକଙ୍କ ଲାଗି ଭଲ ଦିନଟିଏ।

🌹ମୀନ: ଦିନଟି ଧାର୍ମିକ ଗତିବିଧିରେ ବିତିବ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ବିଜୟ ହାସଲ ହେବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking