24.1 C
Bhubaneswar
Sunday, October 20, 2024
Homeଓଡିଶାବିଧାନସଭାରେ ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ; ବିନା ଋଣରେ ବିକାଶ ଅସମ୍ଭବ

ବିଧାନସଭାରେ ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ; ବିନା ଋଣରେ ବିକାଶ ଅସମ୍ଭବ

ଋଣଭାରରେ ବୁଡ଼ିନାହିଁ, ଓଭରଡ୍ରାଫ୍ଟ ହେଉନାହିଁ
ଭୁବନେଶ୍ୱର: ଓଡ଼ିଶା ଋଣଭାରରେ ବୁଡ଼ି ନାହିଁ । ଓଭରଡ୍ରାଫ୍ଟ ହେଉନାହିଁ । ରାଜ୍ୟ ଏବେ ସରପ୍ଲସ୍‌ରେ ଅଛି । ଋଣ ଯାହା ଆସିଛି ତାହା ପୁଞ୍ଜି ଖର୍ଚ୍ଚରେ ବିନିଯୋଗ ହୋଇଛି । କମ ସୁଧରେ ଋଣ ଆସିଛି । କେନ୍ଦ୍ର ସରକାର ମଧ୍ୟ ଋଣ ଦେଇଛନ୍ତି । ବିଗତ ଦିନରେ ନିଆଯାଇଥିବା ଋଣ ଠିକ୍ ସମୟରେ ସୁଝା ହୋଇଥିବାରୁ ରାଜ୍ୟକୁ ଋଣ ମିଳୁଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଋଣଭାର ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରୀ ଶ୍ରୀ ପୂଜାରୀ କରିଥିଲେ, ମୁଣ୍ଡପିଛା ଆୟ ବଢ଼ିଛି । ଋଣ ବିନା ବିକାଶ ସମ୍ଭବ ନୁହେଁ । ରାଜ୍ୟର ଅର୍ଥ ବ୍ୟବସ୍ଥାରେ ଅଭିବୃଦ୍ଧି ହେବା ସହ ରାଜ୍ୟର ଋଣ ଧାରଣ କ୍ଷମତା ଓ ମୁଣ୍ଡପିଛା ଋଣରେ ବୃଦ୍ଧି ପାଇବା ସ୍ୱାଭାବିକ । ୩୧ମାର୍ଚ୍ଚ ୨୦୨୨ ଶେଷ ସୁଦ୍ଧା ଆମ ରାଜ୍ୟର ମୁଣ୍ଡପିଛା ଋଣ୨୨ ହଜାର ୪୨ ଟଙ୍କା ଥିବା ବେଳେ ମୁଣ୍ଡପିଛା ଆୟ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି । ୧୯୯୯-୨୦୦୦ ବର୍ଷରେ ରାଜ୍ୟର ମୁଣ୍ଡପିଛା ଋଣ ୪ ହଜାର ୯୧୮ ଟଙ୍କା ଥିବାବେଳେ ମୁଣ୍ଡ ପିଛା ଆୟ ୧୩ ହଜାର ୧୨ ଟଙ୍କା ଥିଲା ।

ଏହା ସ୍ପଷ୍ଟ ଯେ ୧୯୯୯-୨୦୦୦ରେ ମୁଣ୍ଡ ପିଛା ଆୟ ମୁଣ୍ଡ ପିଛା ଋଣର ୨.୬୫ ଗୁଣ ଥିବାବେଳେ ବର୍ତ୍ତମାନ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇ ମୁଣ୍ଡ ପିଛା ଋଣର ୫.୮ଗୁଣ ରହିଛି । ତେଣୁ ଋଣ ଆସିଛି ଠିକ୍ ସମୟରେ ଫେରାଯାଉଛି । ବଡ଼କଥା ହେଉଛି ଏବେ ଆଉ ଓଭରଡ୍ରାଫ୍ଟ ହେଉନାହିଁ । ଏଭଳି ଆର୍ଥିକ ପରିଚଳାନାରେ ସଂସ୍କାରମୂଳକ ପଦକ୍ଷେପ ପାଇଁ ଓଡ଼ିଶା ସରକାର ବାରମ୍ବାର ପୁରସ୍କାର ପାଉଛନ୍ତି ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking