23.1 C
Bhubaneswar
Saturday, October 19, 2024
Homeଅପରାଧଛାତ୍ରଙ୍କ ସହ ଶାରୀରିକ ସଂପର୍କ ରଖି ଗିରଫ ହେଲେ ଶିକ୍ଷୟିତ୍ରୀ

ଛାତ୍ରଙ୍କ ସହ ଶାରୀରିକ ସଂପର୍କ ରଖି ଗିରଫ ହେଲେ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ୪୫ ବର୍ଷୀୟା ଜଣେ ଶିକ୍ଷୟିତ୍ରୀଙ୍କୁ ନିଜର ଜଣେ ଛାତ୍ରଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିବା ଅଭିଯୋଗରେ ଗିରଫ କରାଯାଇଛି । ଶିକ୍ଷୟିତ୍ରୀ ଜଣକ ଶାରୀରିକ ସଂପର୍କ ରଖିବା ବେଳେ ପୀଡ଼ିତ ଛାତ୍ରଙ୍କ ବୟସ ୧୬ ବର୍ଷ ଥିଲା । ଛାତ୍ର ଜଣକ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ଝିଅ ସହ ହାଇସ୍କୁଲ୍‌ରେ ପାଠ ପଢୁଥିଲେ । ଉଭୟ ଅଭିଯୁକ୍ତଙ୍କ ଝିଅ ଓ ପୀଡ଼ିତ ପୁଅଙ୍କ ଭିତରେ ଉତ୍ତମ ସଂପର୍କ ଥିଲା । ଛାତ୍ର ଜଣକ ସେହି କାରଣରୁ ଶିକ୍ଷୟିତ୍ରୀଙ୍କ ଘରକୁ ବି ଯିବାଆସିବା କରୁଥିଲେ । ତାହାର ଫାଇଦା ନେଇ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ଯୌନ ଶୋଷଣ କରୁଥିଲେ ।

ଘଟଣାଟି ଆମେରିକାର ଓକ୍‌ଲାହୋମାର । ସୂଚନା ଅନୁଯାୟୀ, ୪୫ ବର୍ଷୀୟା ଜେନିଫର ହକିନ୍ସଙ୍କ ଉପରେ ଜଣେ ନାବାଳକ ଛାତ୍ରଙ୍କୁ ଯୌନ ଶୋଷଣ କରିବାର ଅଭିଯୋଗ ହୋଇଛି । ତେବେ ପୀଡ଼ିତ ଯୁବକ ଜଣକ କେବଳ ତାଙ୍କ ଝିଅର ବନ୍ଧୁ ନୁହେଁ, ବରଂ ପୂର୍ବତନ ପ୍ରେମିକ ବି ଥିଲେ । ଏବେ ତାଙ୍କୁ ୨୧ ବର୍ଷ ବୟସ ହୋଇସାରିଛି । ଜେନିଫର ଏବେ ଏକ ଜୁନିୟର ହାଉସ୍କୁଲ୍‌ରେ ଶିକ୍ଷୟିତ୍ରୀ ଅଛନ୍ତି । ପୋଲିସ ସୂଚନା ଦେଇ କହିଛି ଯେ ଜେନିଫର ଛାତ୍ରଙ୍କ ସହ ପ୍ରାୟ ୩୦୦ ଥର ଶାରୀରିକ ସଂପର୍କ ସ୍ଥାପନ କରିଛନ୍ତି । ସେ ସ୍କୁଲ୍ ସରିବା ପରେ ଛାତ୍ର ଜଣଙ୍କୁ ନିଜ ସହ ନେଇ ଚାଲି ଯାଉଥିଲେ । ଛାତ୍ରଙ୍କ ସହ ବିଭିନ୍ନ ସ୍ଥାନରେ ଶାରୀରିକ ସଂପର୍କ ରଖୁଥିଲେ । ସ୍କୁଲ୍ ଭିତରେ ବେନିୟମ୍ ଗତିବିଧି ପାଇଁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଦୁଷ୍କର୍ମ ଓ ନିର୍ଯାନତା ପରି ଅଭିଯୋଗ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking