29.1 C
Bhubaneswar
Sunday, October 20, 2024
Homeଅପରାଧଡେଟିଂ ଆପରୁ ପ୍ରେମ ଆରମ୍ଭ, ହତ୍ୟାରେ ହେଲା ଶେଷ

ଡେଟିଂ ଆପରୁ ପ୍ରେମ ଆରମ୍ଭ, ହତ୍ୟାରେ ହେଲା ଶେଷ

ବେଙ୍ଗାଲୁରୁ: ଡେଟିଂ ଆପରୁ ପ୍ରେମ ଆରମ୍ଭ । ହତ୍ୟାରେ ଶେଷ । ବେଙ୍ଗାଲୁରୁରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଡେଟିଂ ଆପରୁ ପ୍ରେମ ଆରମ୍ଭ ହୋଇଥିବା ବେଳେ ପରେ ଝଗଡ଼ା ହେବାରୁ ପ୍ରେମିକ ନିଜ ପ୍ରେମିକାକୁ ୪ମହଲା କୋଠା ତଳକୁ ଠେଲି ହତ୍ୟା କରିଥିବା ଜଣାପଡ଼ିଛି । ମୃତକଜଣକ ପେସାରେ ଜଣେ ଏୟାର ହୋଷ୍ଟେସ ଥିବା ବେଳେ ଘଟଣା ଘଟିବା ସମୟରେ ସେ ନିଜ ପ୍ରେମିକଙ୍କ ଘରେ ଥିଲେ । ପୋଲିସ ଏବେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରେମିକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

ଏୟାର ହୋଷ୍ଟେସଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ, ୨୮ବର୍ଷ ବୟସ୍କା ଏୟାର ହୋଷ୍ଟେସ୍ ଅର୍ଚ୍ଚନା ଧିମାନ ଏକ ଡେଟିଂ ଆପରେ ସଫ୍ଟୱେୟାର ଇଞ୍ଜିନିୟର ଆଦିଶଙ୍କୁ ଭେଟିଥିଲେ । କିଛି ଦିନ କଥା ହେବା ପରେ ଧୀରେ ଧୀରେ ଦୁହେଁ ପ୍ରେମରେ ପଡ଼ିଥିଲେ । କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହେଉଥିବା ଦେଖି ସମ୍ପର୍କ ଭାଙ୍ଗିବାକୁ ଅର୍ଚ୍ଚନା ଦୁବାଇରୁ ବେଙ୍ଗାଲୁରୁକୁ ଆସିଥିଲେ । ବେଙ୍ଗାଲୁରୁ ଆସି ସେ ପ୍ରେମିକ ରହୁଥିବା ଫ୍ଲାଟକୁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା । ଅର୍ଚ୍ଚନା ୪ମହଲା ତଳକୁ ଖସି ପଡ଼ିବା ପରେ ଆଦିଶ ପୁଲିସକୁ ଏବିଷୟରେ ଜଣାଇଥିଲେ । ପୋଲିସ ପ୍ରଥମେ ଆତ୍ମହତ୍ୟା ମାମଲା ରୁଜୁ କରିଥିବା ବେଳେ ଅର୍ଚ୍ଚନାଙ୍କ ମା’ଙ୍କ ଅଭିଯୋଗ ପରେ ପୋଲିସ ଏବେ ହତ୍ୟା ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking