29.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସ ହାତେଇଲା ଓସ୍କାର ଆୱାର୍ଡ

ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସ ହାତେଇଲା ଓସ୍କାର ଆୱାର୍ଡ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ବ ଦରବାରରେ ଚମକିଲା ଭାରତୀୟ ସିନେମା । ସେହି ସମୟ ଆସିଛି ଯାହାର ଅପେକ୍ଷା ଥିଲା । ସମ୍ମାନଜନକ ୯୫ତମ ଓସ୍କାର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ ହୋଇଛି ୨୦୨୩ । ୯୫ତମ ଓସ୍କାର ପୁରସ୍କାରରେ ଭାରତୀୟ ଡକ୍ୟୁମେଣ୍ଟାରୀ ପୁରସ୍କୃତ ହୋଇଛି । କ୍ଷୁଦ୍ର ପ୍ରମାଣିକ ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସକୁ’ ଓସ୍କାର ପୁରସ୍କାର ମିଳିଛି । ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ଓସ୍କାର ପୁରସ୍କାର ମିଳିଛି । ୩୯ ମିନିଟର ତାମିଲ ଭାଷାରେ ଚଳଚ୍ଚିତ୍ରଟି ତିଆରି ହୋଇଥିଲା । ଶିଶୁ ହାତୀ ଓ ଦମ୍ପତ୍ତିଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ ତିଆରି ହୋଇଥିଲା ଚଳଚ୍ଚିତ୍ରର କାହାଣୀ । ଓସ୍କାର ପୁରସ୍କାର ଜିତି ଇତିହାସ ରଚିଛି ‘ଏଲିଫ୍ୟାଣ୍ଟ ହୁଇସପରର୍ସ’।ଏଲିଫ୍ୟାଣ୍ଟ ହୁଇସପରର୍ସର ନିର୍ଦ୍ଦେଶନା ଦେଇଛନ୍ତି କର୍ତିକା ଗୋନସାଭେସ ଓ ଗୁନୀତ ମୋଙ୍ଗା ଏହା ପ୍ରଜୋଜନା ଦାୟିତ୍ବ ତୁଲାଇଛନ୍ତି । ଏହି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ରକୁ ଖୁବ ପ୍ରଶଂସା କରିଥିଲେ ଦର୍ଶକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking