29.1 C
Bhubaneswar
Sunday, October 6, 2024
Homeଅପରାଧପୁଲିସ ପଞ୍ଝାରେ ଏରାଗୋଳା ଗ୍ୟାଙ୍ଗ

ପୁଲିସ ପଞ୍ଝାରେ ଏରାଗୋଳା ଗ୍ୟାଙ୍ଗ

ଦେବଗଡ଼ : ବିଳମ୍ବିତ ରାତ୍ରିରେ ଡକାୟତି ଯୋଜନା ବେଳେ ପୁଲିସ ପଞ୍ଝାରେ ଫସିଲେ ଆରାଗୋଳା ଗ୍ୟାଙ୍ଗର 6 ଡକାୟତ l ଗତକାଲି ବିଳମ୍ବିତ ରାତ୍ରିରେ ସାମନ୍ତରାପାଲି ଗ୍ରାମ ନିକଟସ୍ଥ ରାଞ୍ଚି – ବିଜୟୱାଡା ଜାତୀୟ ରାଜପଥ କଡରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟ ପଡିଆରେ ମାରଣାସ୍ତ୍ର ସହ କେତେକ ଯୁବକ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବିଶ୍ୱସ୍ତ୍ର ସୂତ୍ରରୁ ସୂଚନା ପାଇ ରାତ୍ରି କାଳିନ ପେଟ୍ରୋଲିଙ୍ଗ କରୁଥିବା ଏସଆଇ ରୁଦ୍ର ନାରାୟଣ ପ୍ରଧାନ ସଦଳବଳେ ସେଠାରେ ଚଢ଼ାଉ କରି ସେଠାରେ ମଦ୍ୟପାନ କରୁଥିବା 6 ସନ୍ଦିଗ୍ଧଙ୍କୁ କାବୁ କରିଥିଲେ l ସେମାନଙ୍କ ମଧ୍ୟରେ 2ଜଣ ନାବାଳକ ଥିବା ବେଳେ ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ଏସିଡ ଭର୍ତି ବୋତଲ, ମଦ ବୋତଲ ସହ ଦୁଇଟି ଲୁହା ଛଡ଼, ଛୁରୀ, ପ୍ଲାଷ୍ଟିକ ରସି, ଓ 7ଟି ମୋବାଇଲ ଫୋନ ଜବତ କରିଛି l

ସେହିପରି ସେମାନେ ଏଠାକୁ ଆସିବା ବେଳେ ଭୁବନେଶ୍ୱରରୁ ଏକ ସ୍କୁଟି ଓ ତାଳଚେର ଅଞ୍ଚଳରୁ ଲୁଟି ଆଣିଥିବା ଏକ ହୋଣ୍ଡା ସାଇନ ବାଇକକୁ ମଧ୍ୟ ଜବତ କରିଛି ପୁଲିସ l ସେମାନଙ୍କୁ ପଚରା ଉଚୁରା ବେଳେ ସେମାନେ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ପଣ୍ଡିଆପଥର ଗ୍ରାମର ବାବୁଲା ଦାଶ, ଏ ସନ୍ତୋଷ ଓ ମରିଡମ ନଗରର ଏ ବିକାଶ, ବୁଗୁଡ଼ା ଥାନାଞ୍ଚଳର ଶିବ ଚୌଧୁରୀ ଓ ପି କ୍ରିଷ୍ଣା ରାଓ, ଏବଂ ସୋରଡ଼ା ଥାନା କଇଥପାଲି ସାହିର ସନ୍ତୋଷ ଦାସ ବୋଲି ଜାଣିବାକୁ ପାଇଛି l ଏହି ଗ୍ୟାଙ୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୁଟ ଓ ଡକାୟତିକରୁଥିବା ବେଳେ ସେମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି l ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ ଦଫା ରେ ଏକ ମାମଲା ରୁଜୁ କରି ଗିରଫ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି l ସେହିପରି ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking