19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଯୌତୁକରେ କାର ଦେବା ପାଇଁ ଅସମର୍ଥ ହେବାରୁ ସ୍ତ୍ରୀକୁ ତଲାକ ଦେଲା ସ୍ୱାମୀ

ଯୌତୁକରେ କାର ଦେବା ପାଇଁ ଅସମର୍ଥ ହେବାରୁ ସ୍ତ୍ରୀକୁ ତଲାକ ଦେଲା ସ୍ୱାମୀ

ଡେରାଡୁନ: ବାହାଘରରେ ଶାଶୂଘର ଲୋକଙ୍କ ପକ୍ଷରୁ ମଗାଯାଇଥିବା ଯୌତୁକକୁ ପୂରଣ କରିପାରିଲା ନାହିଁ ବୋହୂ । ବାହାଘରର ୫ ବର୍ଷ ପରେ ମାରପିଟ କରି ବୋହୂକୁ ଘରୁ ବାହାର କରିଦେଲେ ଶାଶୁଘରେ ଲୋକେ । ଏହାସହ ସ୍ୱାମୀ ତିନି ତଲାକ ମଧ୍ୟ ଦେଇଛନ୍ତି । ଏଭଳି ଅଭିଯୋଗ ଆସିଛି ଉତ୍ତରାଖଣ୍ଡର ହରିଦ୍ୱାରରୁ । ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିବା ପରେ ପୋଲିସ ସ୍ୱାମୀ ସମେତ ଶାଶୁଙ୍କ ବିରୋଧରେ ମାମଲା ରୁଜୁ କରିଛି । କୋଟୱାଲୀ ଅଞ୍ଚଳର ସୁଲତାନପୁର ଗାଁରୁ ଏଭଳି ଅଭିଯୋଗ ଆସିଛି । ବିବାହିତା ମହିଳା ଜଣକ ଅଭିଯୋଗ କରି କରିଛନ୍ତି, “୫ ବର୍ଷ ପୂର୍ବେ ହରିଦ୍ୱାରର ରାନୀପୁର କୋଟୱାଲୀ ଅଞ୍ଚଳର ଗଡଗାଓଁ ନିବାସୀ ମୋହତରମକୁ ବିବାହ କରିଥିଲେ । ବିବାହରେ ପରିବାର ଲୋକ ନିଜ କ୍ଷମତା ଠାରୁ ଅଧିକ ଯୌତୁକ ଦେଇଥିଲେ, କିନ୍ତୁ ଶାଶୁଘର ଲୋକେ ସେତିକିରେ ସନ୍ତୁଷ୍ଟ ନଥିଲେ । ବିବାହ ପରଠାରୁ ଏକ ଲକ୍ଷ ଟଙ୍କା ସହ ଏକ କାର ଦେବା ପାଇଁ ଶାଶୁଘର ଲୋକେ ଦାବି କରୁଥିବା ନେଇ ବଧୂ ଅଭିଯୋଗ କରିଛନ୍ତି ।

ତେବେ ସେ ଦେବା ପାଇଁ ଅସମର୍ଥ ହେବାରୁ ତାଙ୍କୁ ନାନା ନିର୍ଯାତନା ଦେଉଥିବା ସେ କହିଛନ୍ତି । ଏହାରି ମଧ୍ୟରେ ତାଙ୍କର ଏକ ପୁଅ ହେବା ପରେ ମଧ୍ୟ ଶାଶୁଘର ଲୋକ କାର ପାଇଁ ମାରପିଟ କରିବା ସହ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଅଭିଯୋଗ ଅନୁସାରେ,୨୦୨୨ ମସିହା ମାର୍ଚ୍ଚ ୨୫ ତାରିଖରେ ସ୍ୱାମୀ ମୋହତରମ, ଶାଶୁ ସାବ୍ରିମ, ଶ୍ୱଶୁର ୟାକୁବ ଏବଂ ନଣନ୍ଦ ମୋର ରୁମକୁ ଆସି ଯୌତୁକ ପାଇଁ ଝଗଡା କରିଲେ । ମୋତେ ଗାଳି କରିବା ସହ ବାଡେଇ ଘରୁ ବାହାର କରିଦେଲେ । ସେହି ସମୟରେ ସ୍ୱାମୀ ମଧ୍ୟ ତିନିଥର ତଲାକ କହି ତିନି ତଲାକ ଦେଇଥିଲେ । ମହିଳାଙ୍କୁ ଘର ବାହାର କରିଦେବା ପରେ ସେ କୌଣସି ପ୍ରକାରେ ନିଜ ବାପଘରେ ପହଞ୍ଚି ସବୁ ବିଷୟ ଜଣାଇଥିଲେ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାପରେ ସେମାନେ ବାଧ୍ୟ ହୋଇ ମହିଳା କମିଶନର ଦ୍ୱାରସ୍ଥ ହୋଇଥିଲେ । ମହିଳା ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking