24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶବ୍ୟାପୁଛି ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା: ପ୍ରଥମ ଥର ଦେଶର ଦୁଇଜଣଙ୍କ ମୃତ୍ୟୁ

ବ୍ୟାପୁଛି ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା: ପ୍ରଥମ ଥର ଦେଶର ଦୁଇଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କୋଭିଡ୍ ପରି ଦେଶରେ ବ୍ୟାପକ ଭାବେ ବ୍ୟାପୁଥିବା ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜାରେ ପ୍ରଥମ ଥର ପାଇଁ ଦେଶର ଦୁଇଜଣଙ୍କ ମୃତ୍ୟୁ ଘଟିଛି । ହରିଆନା ଏବଂ କର୍ଣ୍ଣାଟକରେ ଜଣେ ଲେଖାଏଁ ଇନ୍‌ଫ୍ଲୁଏଞ୍ଜା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ର ଆଧାରରେ ମିଡିଆ ରିପୋର୍ଟରେ କୁହାଯାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୯୦ ଏଚ୍‌୩ଏନ୍‌୨ କେସ୍ ଚିହ୍ନଟ ହୋଇଛି । ହରିଆନା କେସ୍‌ର ଅଫିସିଆଲ୍ ସୂଚନା ମିଳିନଥିବା ବେଳେ କର୍ଣ୍ଣାଟକରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ନାମ ହୀରା ଗୌଡ଼ା (୮୨) ବୋଲି ଜଣାପଡ଼ିଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ ହୀରାଙ୍କ ମାର୍ଚ୍ଚ ୧ ତାରିଖରେ ମୃତ୍ୟୁ ଘଟିଛି ।

ସେ ଡାଏବେଟିସ୍ ଏବଂ ହାଇପରଟେନ୍‌ସନ୍‌ରେ ପୀଡ଼ିତ ଥିଲେ । ତାଙ୍କ ସାମ୍ପଲ୍ ପରୀକ୍ଷଣରୁ ସେ ଏଚ୍‌୩ଏନ୍‌୨ ସଂକ୍ରମିତ ଥିବା ମାର୍ଚ୍ଚ ୬ ତାରିଖରେ ଜଣାପଡ଼ିଥିଲା । ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନ୍‌ସୁଖ ମାଣ୍ଡଭିୟା ଦେଶରେ ବୃଦ୍ଧି ପାଉଥିବା ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ୍ ମାମଲାର ସମୀକ୍ଷା ପାଇଁ ଶୁକ୍ରବାର ବୈଠକ ଡକାଇଥିଲେ । ଏହି ଅବସରରେ ସେ ରାଜ୍ୟଗୁଡ଼ିକୁ ଆଲର୍ଟ ରହିବା ସହିତ ସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ଆଡ୍‌ଭାଇଜରୀ ଜାରି କରିଛନ୍ତି ।

ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି । ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ପୂର୍ବରୁ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜାକୁ ନେଇ ସାବଧାନ ରହିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ । ଏହା କରୋନା ପରି ବ୍ୟାପିଥାଏ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସୋସିଆଲ୍ ଡିଷ୍ଟାସିଂ ପାଳନ ସହିତ ବାରମ୍ବାର ହାତି ଧୋଇବା ପାଇଁ ପରାମର୍ଶ ଦେଇଥିଲେ । ବୟସ୍କ ଏବଂ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଏହା ଶୀଘ୍ର ସଂକ୍ରମିତ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking