24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶବସ୍‌ରେ ନିଆଁଲାଗି ପୋଡ଼ିଗଲେ କଣ୍ଡକ୍ଟର

ବସ୍‌ରେ ନିଆଁଲାଗି ପୋଡ଼ିଗଲେ କଣ୍ଡକ୍ଟର

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଲିଙ୍ଗଧିରନହଲ୍ଲୀର ବିଏମ୍‌ଟିସି ଡିପୋରେ ଛିଡ଼ା ହୋଇଥିବା ଏକ ବସ୍‌ରେ ଶୁକ୍ରବାର ସକାଳେ ନିଆଁ ଲାଗିଯିବା ଫଳରେ ବସ୍‌ରେ ଶୋଇଥିବା କଣ୍ଡକ୍ଟରଙ୍କର ପୋଡ଼ିହୋଇ ମୃତ୍ୟୁ ଘଟିଛି । ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ । ବସ୍‌ରେ ନିଆଁ ଲାଗିବା ଫଳରେ ଭିତରେ ଶୋଇଥିବା ୪୫ ବର୍ଷୀୟ କଣ୍ଡକ୍ଟର ମୁଥୈୟା ସ୍ୱାମୀ ଅଚେତ ହୋଇଯାଇଥିଲେ । ଏହି କାରଣରୁ ସେ ବସ୍‌ରୁ ବାହାରିପାରି ନଥିଲେ ଏବଂ ପୋଡ଼ିହୋଇ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସମୟରେ ସେଠାରେ ପାଟ୍ରୋଲିଂ କରୁଥିବା ବଦରହଲ୍ଲୀ ଥାନାର ପାଟ୍ରୋଲିଂ ଟିମ୍ ଫାୟାର ବ୍ରିଗେଡ୍‌କୁ ସୂଚନା ଦେଇଥିଲା । ପୁଲିସ ମୁଥୈୟାଙ୍କ ଶବ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ପରବର୍ତ୍ତୀ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking