32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶମୁମ୍ବାଇ ଫିଲ୍ମ ସିଟି ସେଟ୍‌ରେ ଅଗ୍ନିକାଣ୍ଡ

ମୁମ୍ବାଇ ଫିଲ୍ମ ସିଟି ସେଟ୍‌ରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ପୂର୍ବ ଗୋରେଗାଓଁସ୍ଥିତ ଫିଲ୍ମ ସିଟିର ଟଭି ସିରିୟଲ୍ ‘ଗୁମ୍ ହେବ କିସି କି ପ୍ୟାର୍ ମେଁ’ ସେଟ୍‌ରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁସାରେ ଏହି ନିଆଁ ସେଠାରେ ଶୁଟିଂ ହେଉଥିବା ସିରିୟଲ୍ ‘ତେରୀ ମେରୀ ଦୁରିୟାଁ’ ଏବଂ ‘ଅଜୁନୀ’ ସେଟ୍‌କୁ ମଧ୍ୟ ବ୍ୟାପିଛି । ଅଗ୍ନିକାଣ୍ଡ ବେଳେ ଏହି ତିନିଟି ସେଟ୍‌ରେ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ଲୋକ କାମ କରୁଥିଲେ । ତେବେ ଅଗ୍ନିକାଣ୍ଡରେ କେହି ହତାହତ ହୋଇଥିବା ଖବର ମିଳିନାହିଁ । ଫାୟର ବ୍ରିଗେଡ୍ ଟିମ୍ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ।

ବୃହନ୍ ମୁମ୍ବାଇ ନଗର ନିଗମ (ବିଏମ୍‌ସି) ଜଣେ ଅଧିକାରୀଙ୍କ ଅନୁସାରେ ସନ୍ଧ୍ୟା ପ୍ରାୟ ସାଢ଼େ ଚାରିଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଆଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ‘ଗୁମ୍ ହେ କିସି କେ ପ୍ୟାର୍ ମେଁ’ ସେଟ୍‌ରେ ନିଆଁ ଲାଗିବା ମାତ୍ରେ ହିଁ ସେଠାରେ କୋଳହଳ ଆରମ୍ଭ ହୋଇଯାଇଥିଲା । ଅଗ୍ନିକାଣ୍ଡରେ ସେଟ୍‌ର ବହୁ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ବିଏମ୍‌ସି ଅଧିକାରୀଙ୍କ ଅନୁସାରେ ଅତିକମ୍‌ରେ ୧୨ଟି ଫାୟାର୍ ବ୍ରିଗେଡ୍‌, ଗୋଟିଏ ପାଣି ଟ୍ୟାଙ୍କର, ୩ ଅଟୋମେଟେଡ୍ ଟର୍ନ-ଟେବଲ୍‌, ଗୋଟିଏ କ୍ୱିକ୍ ରେସ୍‌ପନ୍ସ ଗାଡ଼ି ଏବଂ ଫାୟାର ବ୍ରିଗେଡ୍ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking