27.1 C
Bhubaneswar
Saturday, October 19, 2024
Homeଓଡିଶାଯୋଗ୍ୟ ଡିଲର୍‌ଙ୍କର ଲାଇସେନ୍ସ ଅବଧି ଏକ ବର୍ଷ ବୃଦ୍ଧି

ଯୋଗ୍ୟ ଡିଲର୍‌ଙ୍କର ଲାଇସେନ୍ସ ଅବଧି ଏକ ବର୍ଷ ବୃଦ୍ଧି

ଭୁବନେଶ୍ୱର: ଯୋଗାଣ ବିଭାଗରେ ୧୩,୪୨୮ ସୁଲଭ ମୂଲ୍ୟ ଦୋକାନଗୁଡ଼ିକରେ ଲାଇସେନ୍ସ ସମୟ ସୀମା ୩୧ ମାର୍ଚ୍ଚ ୨୦୨୩ରେ ସମାପ୍ତ ହୋଇଥିବାରୁ ଯୋଗ୍ୟ ଡିଲର୍‌ଙ୍କର ଲାଇସେନ୍ସ ଅବଧି ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତାହା ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ଲଗାଇଛନ୍ତି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ରାଜ୍ୟ କ୍ୟାବିନେଟ୍‌ର ବୈଠକ ଲୋକସଭା ଭବନରେ ବସିଥିଲା । ଉକ୍ତ ବୈଠକରେ ୧୮ ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା । ହେଲେ ବିଧାନସଭା ଅଧିବେଶନ କାରଣରୁ ତାହା ଗଣମାଧ୍ୟମକୁ ଆନୁଷ୍ଠାନିକ କୁହାଯାଇ ନଥିଲା । ଶୁକ୍ରବାର ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହୋହାଲ୍ଲା ମଧ୍ୟରେ ସଂସଦୀୟ ବ୍ୟାପାର ଓ ଅର୍ଥ ମନ୍ତ୍ରୀ ଶ୍ରୀ ପୂଜାରୀ ତାହା ଅବଗତ କରିଥିଲେ । ସେ କହିଥିଲେ, ରାଜ୍ୟ କ୍ୟାବିନେଟ୍‌ରେ ପ୍ରଚଳିତ ଓଡ଼ିିଶା ସମବାୟ ସେବା(ନିଯୁକ୍ତି ଓ ସେବା ସର୍ତ୍ତର୍ାବଳୀ) ନିୟମ ୧୯୭୪ ଅନୁଯାୟୀ ସ୍ତର ୧୨ରେ କୌଣସି ପଦବୀ ନଥିବାରୁ ଏକ ନୂତନ ପଦ ଯଥା ବରିଷ୍ଠ ସହକାରୀ ସମବାୟ ନିବନ୍ଧକ ପଦ ସୃଷ୍ଟି କରାଯିବା ସହିତ ଓଡ଼ିିଶା ସମବାୟ ସେବା ନିୟମ ୧୯୭୪ର ସଂଶୋଧନ ପୂର୍ବକ ସଂଶୋଧନ ଓଡିଶା ସମବାୟ ସେବା (ନିଯୁକ୍ତି ଓ ସେବା ସର୍ତ୍ତର୍ାବଳୀ), ୨୦୨୩କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି ।

ଓଡ଼ିଶା ସାଧାରଣ ଭବିଷ୍ୟନିଧି ପାଣ୍ଠି ନିୟମାବଳୀ-୧୯୩୮ ଥିବା ବିଧି ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି । ଜମାରାଶି ବେତନର ୬%ରୁ କମ୍ ଏବଂ ପ୍ରାପ୍ୟ ପୂର୍ଣ୍ଣ ବେତନ ଠାରୁ ଅଧିକ ହୋଇପାରିବ ନାହିଁ ବୋଲି ନିର୍ଦ୍ଧାରିତ ହେବା ସହିତ ସାଧାରଣ ଭବିଷ୍ୟନିଧ ପାଣ୍ଠି ସମ୍ପୃକ୍ତ ବିଧି ବ୍ୟବସ୍ଥାରେ ଆବଶ୍ୟକୀୟ ସଂଯୋଜନ ଦ୍ୱାରା ଏକ ଆର୍ôଥକ ବର୍ଷରେ ଜମାରାଶି (ବକେୟା ଦେୟ ସହ) ନିର୍ଦ୍ଧାରିତ ସୀମା ଅର୍ଥାତ୍ ପାଞ୍ଚଲକ୍ଷ ଟଙ୍କାରୁ ଅଧିକ ହେବନାହିଁ । ଏହି ସଂଶୋଧିତ ପ୍ରସ୍ତାବଟି ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ଲାଭକରିଛି । ସ୍ୱଳ୍ପ ସଞ୍ଚୟ କ୍ୟାଡ୍‌ର ସୀମିତ ପୁନର୍ଗଠନ କରାଯାଇଛି । ଏହି କ୍ୟାଡର୍ ପୁନର୍ଗଠନ ପକ୍ରିୟା ସମ୍ପାଦନରେ କ୍ୟାଡରରେ ଥିବା ମୋଟ୍ ମଞ୍ଜୁରୀ ପ୍ରାପ୍ତ ପଦବୀ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଓଡ଼ିିଶା ଲୋକସେବା ଆୟୋଗ ସଦସ୍ୟ ପଦବୀରେ ଦିଆଯାଇଥିବା ଶ୍ୟାମଭକ୍ତ ମିଶ୍ର , ପରିଚାଳନା ନିର୍ଦ୍ଦେଶକ, ବୟନିକା ଏବଂ ନିର୍ଦ୍ଦେଶକ, ହସ୍ତଶିଳ୍ପ (ଅତିରିକ୍ତ ଦାୟିତ୍ୱ) ନିଯୁକ୍ତିକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ଓଡ଼ିିଶା ମୁଖ୍ୟ ବିଭାଗୀୟ ଦପ୍ତର ନିୟମାବଳୀ-୨୦୧୯ରେ ପ୍ରସ୍ତାବିତ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଶ୍ରୀ ପୂଜାରୀ କହିଥିଲେ, ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ସୃଷ୍ଟି ହୋଇଥିବା ପ୍ରମୁଖ ଶାସନ ସଚିବ ପାହ୍ୟାରେ ଅନୁମୋଦିତ ପଦବୀର ଅବଧି ଉକ୍ତ ପଦବୀରେ ନିଯୁକ୍ତ ଅଧିକାରୀଙ୍କ ୬୦ ବର୍ଷ ବୟସରେ ପଦାର୍ପଣ କରିବା କିମ୍ବା ସେ ଉକ୍ତ ପଦବୀ ତ୍ୟାଗ କରିବା କିମ୍ବା ତାଙ୍କର ନିୟୋଜନ ବାତିଲ ହେବା ମଧ୍ୟରୁ ଯେଉଟି ସର୍ବପ୍ରଥମ ସେ ପର୍ଯ୍ୟନ୍ତ ସୀମିତ ରହିବ । ସରକାର ବାସଗୃହ ପ୍ରକଳ୍ପ ପାଇଁ ଲିଜ୍ ସୂତ୍ରରେ ଆବଣ୍ଟିତ ଜମି ଏବଂ ପିପିପି ମୋଡରେ ବିକଶିତ ପ୍ରକଳ୍ପଗଡ଼ିକ ପାଇଁ ଓଡିଶା ରାଜ୍ୟ ହାଉସିଂ ବୋର୍ଡ଼ ଏବଂ ଉନ୍ନୟନ କର୍ତ୍ତୃପକ୍ଷ ସପକ୍ଷରେ ଲିଜ୍ ଦିଆଯାଇଥିବା ଜମିର ରୂପାନ୍ତରଣ ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ନୀତିଗୁଡ଼ିକୁ ଗ୍ରହଣ କରି ଫ୍ରିହୋଲ୍ଡ ସ୍ଥିତିକୁ ରୂପାନ୍ତର କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି ।

ପାରାଦୀପ ଠାରେ ଆଇଓସିଏଲ୍ ୫୮,୦୪୨ କୋଟି ଟଙ୍କା ବିନିଯୋଗରେ ଏକ ମେଗା ଡୁଆଲ୍ ଫିଡ୍ କ୍ରାକର(ଡିଏଫ୍‌ସି) ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପ ପାଇଁ ପ୍ରୋତ୍ସାହନ ରାଶିର ସ୍ୱତନ୍ତ୍ର ପ୍ୟାକେଜ୍‌କୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିିଶା ପଞ୍ଚାୟତିରାଜ ସେବା ବର୍ଗରେ ପୁନଃବିନ୍ୟାସ ତଥା ପରିପୁଷ୍ଟ କରିବାର ଆବଶ୍ୟକତାକୁ ଅନୁଭବ କରି ସରକାର ୩୧୪ଟି ଦ୍ୱିତୀୟ ଶ୍ରେଣୀର ପଦବୀକୁ ଉଚ୍ଛେଦ କରି ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବୀରୁ ଯୁଗ୍ମ ନିର୍ଦ୍ଦେଶକ ପଦବୀ ପର୍ଯ୍ୟନ୍ତ ୧୦୩ଟି ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ପଦବୀ ସୃଷ୍ଟି କରିବେ । ସେହିପରି ଓଡ଼ିିଶା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିୟମାବଳୀ ୨୦୨୧ ନିୟମ ୨-ଏଚ୍ ଅନୁଯାୟୀ ପ୍ରଦାନ କରାଯାଉଥିବା ଭିନ୍ନକ୍ଷମ ପ୍ରମାଣପତ୍ରର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାରର ଅଧିନିୟମ ୨୦୧୬ ର ବ୍ୟବସ୍ଥା ମୁତାବକ ସଂଶୋଧନ କରାଯିବ । ଅନ୍ୟପକ୍ଷରେ ଓଡ଼ିିଶା ପଞ୍ଚାୟତିରାଜ ଯାନ୍ତ୍ରିକ ସେବା ନିୟମାବଳୀ-୨୦୧୭ ସଂଶୋଧନ କରାଯାଇ ପଞ୍ଚାୟତିରାଜ କ୍ୟାଡ୍‌ରର ସହକାରୀ ଯନ୍ତ୍ରୀଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରେଡ୍‌କୁ ପଦୋନ୍ନତି ମିଳିବ ।

ନୟାଗଡର ‘ବଲାଙ୍ଗିବନ୍ଧ ପାର୍କ ଓ ପୁଷ୍କରିଣୀ’ ନିର୍ମାଣ ନିମନ୍ତେ ନୟାଗଡ଼ର ସୁଜତା ମହାପାତ୍ରଙ୍କ ବେସରକାରୀ ଜମିକୁ ସରକାରୀ ଖାତା ଭୁକ୍ତ କରାଯାଇ ସମପରିମାଣର ସରକାରୀ ଜମିକୁ ତାଙ୍କ ସପକ୍ଷରେ ବଦଳର ନିବନ୍ଧକରଣ ନିମନ୍ତେ ସରକାରୀ ଷ୍ଟାମ୍ପ ଦେୟ ଓ ପଞ୍ଜୀକରଣ ଫି ଛାଡ଼ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଓଡ଼ିଶା ସରକାରଙ୍କ ଅଧୀନରେ ବନ୍ଦୋବସ୍ତ ଓ ଚକବନ୍ଦୀ ସଂସ୍ଥାର ୧୦୫ ଜଣ ଠିକା କର୍ମଚାରୀଙ୍କ ମଧ୍ୟରୁ ଯେଉଁମାନେ ୧୨ ଏପ୍ରିଲ ୧୯୯୩ ପୂର୍ବରୁ କାର୍ଯ୍ୟରେ ନିୟୋଜିତ ହୋଇଥିବେ ଓ ୧୫ ମାର୍ଚ୍ଚ ୨୦୦୫ ପରେ ଅବସରଣ ଗ୍ରହଣ କି ମୃତ୍ୟୁ ବରଣ କରିଥିବେ, ସେମାନଙ୍କୁ କିମ୍ବା ସେମାନଙ୍କ ପରିବାରକୁ ଆଇନ ଅନୁଯାୟୀ ସର୍ବନିମ୍ନ ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଅଁଳାଡୋଭା ମୌଜାରେ ରାଇରଙ୍ଗପୁର ଗୋଶାଳା କମିଟିର ଦଖଲରେ ଥିବା ୫ ଏକର ସରକାରୀ ଜମିକୁ, ରାଇରଙ୍ଗପୁର ଗୋଶାଳା କମିଟିଙ୍କ ସପକ୍ଷରେ ବିନା ପ୍ରିମିୟମ ଓ ବିନା ଆନୁସଂଗିକ ଦେୟରେ ଲିଜ ପ୍ରଦାନ କରାଯିବ।

ଓଡିଶା ଭୂ-ସଂସ୍କାର ଆଇନ୍‌-୧୯୬୦ର ଧାରା ୭୩ (ଗ) ଅନୁଯାୟୀ ଓଡ଼ିିଶା ସରକାର ଟାଉନ୍ ପ୍ଲାନିଂ ସ୍କିମ୍‌ଗୁଡିକ ନିମନ୍ତେ ଏହା ଅଧୀନରେ ଆସୁଥିବା ଅଞ୍ଚଳରେ ବିଶେଷତଃ ସହରୀକରଣ ଓ ସହରାଞ୍ଚଳ ବିକାଶ ନିମନ୍ତେ ଚାଷ ଜମିକୁ ଅଣଚାଷ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରସ୍ତାବକ୍ରମେ କିସମ ପରିବର୍ତ୍ତନ ଦେୟ ମୁକ୍ତ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସେହିପରି ଜନଜାତିଙ୍କ ଜୀବିକା ଏବଂ ଆର୍ôଥକ ସ୍ଥିତିକୁ ସୁଦୃଢ କରିବା ପାଇଁ ପ୍ରସ୍ତାବିତ “ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ଦ୍ୱାରା ପର୍ଯ୍ୟାୟ କ୍ରମେ ୧୪.୫ ଲକ୍ଷ ଜନଜାତି ପରିବାରଙ୍କୁ କୃଷି ଏବଂ ଆନୁସଂଗିକ କୃଷି କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯିବାର ପ୍ରସ୍ତାବ ସହିତ ପ୍ରଥମ ପର୍ଯ୍ୟାୟରେ ୨୦୨୨-୨୩ରୁ୨୦୨୫-୨୬ ଆର୍ôଥକ ବର୍ଷରେ ୫୦୦ କୋଟି ଟଙ୍କା ବିନିଯୋଗ କରି, ମୋଟ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଜନଜାତି ହିତାଧିକାରୀଙ୍କୁ ୨୨ଟି ସମନ୍ୱିତ ଜନଜାତି ବିକାଶ ସଂସ୍ଥା ମାଧ୍ୟମରେ ସହାୟତା ପ୍ରଦାନ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ସମସ୍ତ ପ୍ରସ୍ତାବ ଗୁରୁବାର କ୍ୟାବିନେଟରେ ଆଗତ ହୋଇ ରାଜ୍ୟସରକାର ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ହୋଇଛି ବୋଲି ଶ୍ରୀ ପୁଜାରୀ ପୁଣି ଥରେ ସ୍ପଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking