ନୂଆଦିଲ୍ଲୀ: ଉଷୁମ ପାଣି କିମ୍ବା ଗରମ ପାଣି ପ୍ରତିଦିନ ପିଇବାର ଅଭ୍ୟାସ କଲେ ତାହା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ । ଫ୍ରିଜ୍ ପାଣି ପିଇଲେ ତାହା କାରଣରୁ ବିଭିନ୍ନ ରୋଗ ହେବାର ଆଶଙ୍କା ବଢ଼େ । ହେଲେ ଉଷୁମ ପାଣି ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅନ୍ୟାନ୍ୟ ସମସ୍ୟା ଦୂର କରିଥାଏ । ସକାଳବେଳା ପ୍ରଥମେ ଉଷୁମ ପାଣି ୧ ଗିଲାସ ପିଇ ଦିନର ଆରମ୍ଭ କରନ୍ତୁ । ସମୟକ୍ରମେ ଏହାର ଫରକ୍ ଜାଣିପାରିବେ ।
କୋଷ୍ଠକାଠିନ୍ୟ ସମସ୍ୟା ହେଉଥିବା ବ୍ୟକ୍ତିଙ୍କ ପାଇଁ ଉଷୁମ ପାଣି ଏକପ୍ରକାର ଔଷଧ ଭଳି କାମ କରେ। ଚା କିମ୍ବା କପି ପାନୀୟ ପିଇ ଦିନର ଆରମ୍ଭ କରୁଥିବା ଲୋକଙ୍କୁ ପୂରା ଦିନ ଶକ୍ତି ମିଳେନାହିଁ । କଫି ପିଇଲେ କିଛି କ୍ଷଣ ପାଇଁ ପୂର୍ତ୍ତି ଲାଗେ । ହେଲେ ଉଷୁମ ପାଣିର ଅନେକ ଉପକାରିତା ଅଛି । ଶରୀରରୁ ଚର୍ବି ଘଟାଇବାରେ ସାହାଯ୍ୟ କରିଥାଏ ଉଷୁମ ପାଣି।
ଓଜନକୁ ନିୟନ୍ତ୍ରଣରେ ରଖୁଥିବା ଉଷୁମ ପାଣି ଖାଦ୍ୟ ହଜମ କରିବାରେ ସାହାୟକ କରୁଥିବାର ଅନୁସନ୍ଧାନରୁ ଜଣାପଡ଼ିଛି । କରୋନା ପରଠାରୁ ଆମେରିକାର ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଉଷୁମ ପାଣି ପିଇବା ବାଧ୍ୟତାମୂଳକ ନିୟମ ହୋଇଛି ।