28.1 C
Bhubaneswar
Saturday, September 28, 2024
Homeଓଡିଶାଡାହାଣୀ ସନ୍ଦେହରେ ମାଆକୁ ହତ୍ୟା କଲା ଜନ୍ମିତ ପୁଅ

ଡାହାଣୀ ସନ୍ଦେହରେ ମାଆକୁ ହତ୍ୟା କଲା ଜନ୍ମିତ ପୁଅ

ମୟୁରଭଞ୍ଜ: ହାରିଗଲା ମାଆର ମମତା। ସମ୍ପର୍କରେ ମିଶିଲା ଅନ୍ଧ ବିଶ୍ୱାସର ବିଷ। ଅନ୍ଧ ବିଶ୍ୱାସ ନେଇଗଲା ଜୀବନ। ଡାହାଣୀ ଆରୋପରେ ମାଆକୁ ନୃଶଂସ ଭାବେ ହତ୍ୟାକରି ହତ୍ୟାକାରୀ ସାଜିଲା ଜନ୍ମକଲା ପୁଅ। ମୟୂରଭଞ୍ଜ ଜିଲ୍ଲାରେ ଡାହାଣୀ ସନ୍ଦେହ ଅଭିଯୋଗରେ କେତେବେଳେ କାହାକୁ ଗାଁରୁ ମାଡ଼ମାରି ତଡି ଦିଆଯାଉଛି ତୋ ପୁଣି କୋଉଠି ସମ୍ପର୍କ ଭୁଲି ଘଟୁଛି ନୃଶଂସ ହତ୍ୟାକାଣ୍ଡ। ଯାଉଛି ନିରୀହ ଲୋକଙ୍କ ଜୀବନ।

ଆଉ ଏଭଳି ଘଟଣା ପଛରେ ପ୍ରଚ୍ଛନ୍ନ ଭାବେ ସଂପୃକ୍ତ ରହୁଛନ୍ତି ଗୁଣିଗାରେଡି ଏବଂ ଗାଁ ଗହଳିରେ ଘରେ ଦେବାଦେବୀ ପୂଜା ନାମରେ ବେପାର କରୁଥିବା ଭଣ୍ଡପୂଜକ। ନିରୀହ ଲୋକଙ୍କ ମନରେ ସନ୍ଦେହର ବୀଜ ପୋତିବାର ମୂଳ ଆଧାର ଏହି ଅସାଧୁ ବ୍ୟକ୍ତିମାନେ। ହେଲେ ଏମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଶୂନ। ଯାହା ଏହି ଅସାଧୁ ବ୍ୟକ୍ତିମାନଙ୍କୁ ତାଙ୍କର ଲୁଟତରାଜ ବେପାର ବଢାଇବାକୁ ଉତ୍ସ୍ୟହିତ କରୁଥିବା ଅଭିଯୋଗ ହେଉଛି। ତେବେ ଡାହାଣୀ ସନ୍ଦେହରେ ମାମତାକୁ ପଛରେ ପକାଇ ମାଆକୁ ଜନ୍ମକଲା ପୁଅ ହତ୍ୟା କରିବା ଭଳି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ପରିବାରରେ ଲଗାତାର ଭାବେ ଦେହ ଖରାପ ହେଉଥିବାରୁ ଡାହାଣୀ ସନ୍ଦେହ କରି ନିଜ ମାଆକୁ ହତ୍ୟା କରିଛି କୁଳାଙ୍ଗାର ପୁଅ।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଟାଶିଳା ଗ୍ରାମରେ ଏଭଳି କରୁଣ ଘଟଣା ସାମ୍ନାକୁ ଆସିଛି। ମୃତକ ହେଲେ ୬୦ବର୍ଷୀୟା କାର୍ମି ମୁର୍ମୁ। ଅଭିଯୁକ୍ତ ହତ୍ୟାକାରୀ ବଡ଼ପୁଅ ହେଲା ୩୫ବର୍ଷୀୟ ଗଜେନ୍ଦ୍ର ମୁର୍ମୁ। ବୁଧବାର ବିଳମ୍ବିତ ରାତିରେ ଡାହାଣୀ ସନ୍ଦେହରେ ନିଜ ମାଆକୁ ତଣ୍ଟିଚିପି ହତ୍ୟା କରିବା ପରେ ଆଜି ସକାଳୁ ଥାନାରେ ଆତ୍ମ ସମର୍ପଣ କରିଛି ଅଭିଯୁକ୍ତ ପୁଅ ଗଜେନ୍ଦ୍ର।

ଘଟଣା ସମ୍ପର୍କରେ ଖବରପାଇ ବାରିପଦା ସଦର ଏସଡିପିଓ ପ୍ରକାଶ ଜେମ୍ସ ଥୋପ, ବାଙ୍ଗରିପୋଷି ଥାନା ଅଧିକାରୀ କମଳାକାନ୍ତ ଦାସଙ୍କ ସହିତ ସାଇଣ୍ଟିଫିକଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ପ୍ରଥମିକ ତଦନ୍ତରୁ ବେକଚିପି ଶ୍ୱାସରୁଦ୍ଧ କରି ହତ୍ୟାକରି ଥିବାର ଥାନାଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking