28.1 C
Bhubaneswar
Sunday, October 6, 2024
Homeଓଡିଶାପୃଥକ ପୃଥକ ଦୁର୍ଘଟଣାରେ ୪ ମୃତ

ପୃଥକ ପୃଥକ ଦୁର୍ଘଟଣାରେ ୪ ମୃତ

ଢେଙ୍କାନାଳ: ଦୁଇଟି ଦୁର୍ଘଟଣାରେ ଆଜି ୪ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ ଦୁର୍ଘଟଣା ଢେଙ୍କାନାଳ ଜିଲ୍ଲାର ସୁରପ୍ରତାପପୁରରେ ଘଟିଥିବା ବେଳେ ଅନ୍ୟଟି ମୟୂରଭଞ୍ଜ ଜିଲ୍ଲା କୁଶଦଳା ଗ୍ରାମରେ ଘଟିଛି । ସୁରପ୍ରତାପପୁରରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୨ ଗ୍ରାମବାସୀ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ହୋଇପଡ଼ିଥିବା ଜଣାଯାଇଛି । ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞପାଇଁ ଜଙ୍ଗଲରୁ ଝାଟି ସଂଗ୍ରହ କରି ଆଜି ଫେରୁଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିଥିଲା ।

ଫଳରେ ଟ୍ରାକ୍ଟର ଉପରେ ବସିଥିବା ଗ୍ରାମବାସୀଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ôଚ ଦୁଇ ଜଣଙ୍କୁ ମଠକରଗୋଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚାରି ଜଣଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ମଠକରଗୋଳା ମେଡିକାଲରେ ପ୍ରଫୁଲ୍ଲ କୁମାର ସାମଲ ଓ ଭୁବନ ମେଡିକାଲରେ ହରିହର ସାମଲଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଗୁରୁତର ଥିବା ଦୁଇ ନାବାଳକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ସତ୍ୟଜିତ ପୁହାଣ ଓ ଉମାଶଙ୍କର ରାଉଳ । ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ କରୁଛି ।

ସେହିଭଳି ଆଜି ଉଦଳାର ଦାମାସାହି-ଖୁଣ୍ଟା ରାସ୍ତାରେ କୁଶଳଦା ପୁରୁଣା ପଞ୍ଚାୟତ ଅଫିସ୍ ନିକଟରେ ବାଇକ୍ ଦୁର୍ଘଟଣାରେ ୨ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ମୃତକମାନେ ହେଉଛନ୍ତି ଦୁଇ ଭାଇ ରାମ ଚନ୍ଦ୍ର ସିଂ (୨୭) ଓ ଶରତ ଚନ୍ଦ୍ର ସିଂ(୨୮) ଏବଂ ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ପୁଡୁଗୁ ମାରାଣ୍ଡି(୩୦) । ସମସ୍ତଙ୍କ ଘର ଗୋପବାନ୍ଧୁ ନଗର ବ୍ଲକ୍ କୁଶଳଦା ଗ୍ରାମରେ । ଗୁରୁବାର ମଧ୍ୟାହ୍ନରେ ଏକ ବାଇକ୍‌ରେ ଏହି ୩ ଜଣ ଜୟପୁର ଯାଇଥିଲେ ।

କାମସାରି ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ବାଇକ୍ ସହିତ ସଡ଼କ ତଳକୁ ଖସି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଖୁଣ୍ଟା ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଫୁଡୁଗୁ ଏବେ ଚିକିତ୍ସାଧୀନ ଅଛନ୍ତି । କୁଶଳଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ଟିକୁ ଜବତ କରିଛି । ମୃତ ଦୁଇ ଭାଇଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଉଦଳା ଡାକ୍ତରଖାନାକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking