28.1 C
Bhubaneswar
Saturday, September 28, 2024
Homeଓଡିଶାଡାହାଣି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ଡାହାଣି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ମୟୁରଭଞ୍ଜ: ଡାହାଣୀକୁନେଇ ଆତଙ୍କିତ ଗ୍ରାମବାସୀ। ଗାଁ ଦାଣ୍ଡରେ ବୁଲୁଛି ଡାହାଣୀ। ଆଉ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି ଟୋକାଠୁ ବୁଢା। ଖାଉଛି ଡାହାଣୀ। ଏଭଳି ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବାଟବଣା ହୋଇ ବର୍ବରତାର ସୀମା ଟପିଲେ ଗ୍ରାମବାସୀ। ଡାହାଣି ସନ୍ଦେହରେ ଆଦିବାସୀ ମହିଳାଙ୍କୁ ଗ୍ରାମବାସି ନିର୍ଯାତନା ଦେଇ ବାସନ୍ଦ କରିଥିବା ଅଭିଯୋଗ ହୋଇଛି। ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଗାଁ ଲୋକେ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ପ୍ରସଙ୍ଗରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି।

ସୂଚନା ମୂତାବକ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝାଟିଅଡା ଗ୍ରାମରେ ଦେଖାଯାଇଛି ଏଭଳି ବର୍ବରତା। ଏହି ଗ୍ରାମରେ ଥିବା ବାଲି ହେମ୍ବ୍ରମ ନାମ୍ନୀ ମହିଳାଙ୍କ ମାଆକୁ ଗାଁ ଲୋକେ ମାଡ଼ ମାରି,ରାତିଅଧରେ ମହିଳାଙ୍କ ମାଆ ସମେତ ଦୁଇଛୋଟ ପିଲାମାନଙ୍କୁ ଗାଁ ରୁ ତଡିଦେଇ ଜଙ୍ଗଲ ଭିତରେ ଛାଡି ଦେଇ ଗାଁକୁ ଆଉ ନ ଫେରିବା ପାଇଁ ଚେତାବନୀ ଦେଇଥିଲେ। ମହିଳାଙ୍କ ସ୍ବାମୀ ବାହାରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଥିବା ବେଳେ, ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜୈନିକା ମହିଳା ଓ ତାଙ୍କର ମାଆ। କିଛିଦିନ ଆଗରୁ ଗାଁର ଏକାଧିକ ଯୁବକ ଅକାଳରେ ମୃତ୍ୟୁ ବରଣ କରିଥିବା ବେଳେ ଗାଁ ଲୋକେ ଏହି ମହିଳାଙ୍କୁ ଏବଂ ତାଙ୍କ ମାଆଙ୍କୁ ଗୁଣ ଗାରେଡ଼ି ସନ୍ଦେହରେ ଦୋଷାରୋପ କରି ଗ୍ରାମରେ କଙ୍ଗାରୂ କୋର୍ଟ ବସାଇ ଦଣ୍ଡିତ କରିଥିଲେ।

ମହିଳା ଜଣକୁ ଗାଁ ଲୋକେ ଘୋଷାରି ଘୋଷାରି ମାଡ଼ ମାରିବା ସହ ଦୂର୍ଗା ମାର୍ଣ୍ଡି ଘରେ ତାଙ୍କ ମାଆଙ୍କୁ ବାନ୍ଧି ରଖିଥିଲେ। ରାତିରେ ମାଆ,ଝିଅ ଓ ଛୋଟ ପିଲା ଦୁଇଜଣ ସ୍ଥାନୀୟ ବିଦ୍ୟାଳୟରେ ଆତ୍ମଗୋପନ କରି ସକାଳେ ମହିଳା ଜଣକ ପ୍ରଥମେ ଗାଁ ଅମରଦା ଫାଣ୍ଡି ପରେ ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଘଟଣାକୁ ଗୁରୁତ୍ଵର ସହ ନେଇ ରାସଗୋବିନ୍ଦପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ସେଠୀ ନିଜେ ତଦନ୍ତ ଆରମ୍ଭ କରିଥିଲେ। ତେବେ ଏହି ଘଟଣାର ଆପୋଷ ସମାଧାନ ପାଇଁ ସମସ୍ତ ଗାଁ ଲୋକେ ଥାନାରେ ହାଜର ହୋଇଥିବା ବେଳେ ପିଡିତାଙ୍କ ସ୍ବାମୀ ଉପସ୍ଥିତନଥିବାରୁ ସମାଧାନ ହୋଇପାରି ନଥିବା ଜଣାପଡିଛି। ମାତ୍ର ପିଡ଼ିତା ମହିଳାଙ୍କ ସ୍ବାମୀ ବାହାରୁ ଆସିଲା ପରେ ଘଟଣାର ସମାଧାନ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking