17.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶକମିଟିକୁ ନେଇ ବିରୋଧୀ ଶିବିରରେ ଫାଟ

କମିଟିକୁ ନେଇ ବିରୋଧୀ ଶିବିରରେ ଫାଟ

ନୂଆଦିଲ୍ଲୀ: ଅଦାନି-ହିଣ୍ଡେନବର୍ଗ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗୁରୁୁବାର ୬ ଜଣିଆ କମିଟି ଗଠନ କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ହସ୍ତଦକ୍ଷେପ ଲୋଡିଥିବା ବିରୋଧୀ ଦଳରେ କମିଟିକୁ ନେଇ ମତଭେଦ ସୃଷ୍ଟି ହୋଇଥିବା ଜଣାପଡିଛି । ତୃଣମୂଳ କଂଗ୍ରେସ, ଆମ୍ ଆଦ୍‌ମୀ ପାର୍ଟି ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କମିଟି ଗଠନକୁ ସ୍ୱାଗତ କରିଥିବାବେଳେ କଂଗ୍ରେସ ଓ ଡିଏମ୍‌କେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କମିଟି ପରିବର୍ତ୍ତେ ଯୁଗ୍ମ ସଂସଦୀୟ କମିଟି ଜରିଆରେ ଏହାର ତଦନ୍ତ କରିବାକୁ ସେମାନେ ଦାବି ଜଣାଇଛନ୍ତି ।

ବାମଦଳଗୁଡିକ କମିଟି ଗଠନ ପ୍ରସଙ୍ଗରେ ନିରବତା ଅବଲମ୍ବନ କରିଛନ୍ତି । ସଂସଦୀୟ କମିଟି ଉପରେ ଭରସା ଥିବା ସତ୍ତ୍ୱେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିର ରିପୋର୍ଟକୁ ଅପେକ୍ଷା କରିଥିବା ବାମଦଳ ପକ୍ଷରୁ କୁହାଯାଇଛି । ଗୌତମ ଅଦାନି କିନ୍ତୁ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking