28.1 C
Bhubaneswar
Sunday, September 29, 2024
Homeଓଡିଶାକୋରାପୁଟ‌ରେ ମୃଦୁ ଭୂମିକମ୍ପ

କୋରାପୁଟ‌ରେ ମୃଦୁ ଭୂମିକମ୍ପ

କୋରାପୁଟ: କୋରାପୁଟ ଜିଲ୍ଲାରେ ଶୁକ୍ରବାର ଭୋର ୫.୫ ମିନିଟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୂରରେ ଏହି ଭୂକମ୍ପ ହୋଇଥିବା ସାଧାରଣରେ ମତ ପ୍ରକାଶ ପାଇଛି। ହଠାତ ଭୋରରେ ଲୋକେ ଉଠିଥିବାବେଳେ ଝରକା ଗୁଡିକ ଆପେ ଆପେ ଦୋହଲିବାରେ ଲାଗିଥିଲା। ଘରେ ଥିବା ଆସବାବପତ୍ର ବି ଦୋହଲି ଥିଲା। ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ପରେ ଏହା ଭୂକମ୍ପ ବୋଲି ଜଣାପଡିଥିଲା। ତେବେ ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ପୋଖରୀରେ ବୁଡି ନାବାଳକର ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking