ବେଜିଂ: ଉହାନରୁ ହିଁ ବ୍ୟାପିଥିଲା କୋରୋନା ଭାଇରସ୍ । ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିଥିବା ଭୂତାଣୁକୁ ନେଇ ସାଂଘାତିକ ରିପୋର୍ଟ ଦେଇଛି ଏଫ୍ବିଆଇ ବା ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ । ଚୀନ ସରକାରଙ୍କ ଦ୍ୱାରା ପରିଚାଳିତ ଉହାନ ଲ୍ୟାବରୁ ହିଁ ଭୂତାଣୁ ପୁରା ବିଶ୍ୱକୁ ବ୍ୟାପି ଯାଇଥିବା ରିପୋର୍ଟ ଦେଇଛି ଏଫ୍ବିଆଇ । ଏଫ୍ବିଆଇର ନିର୍ଦ୍ଦେଶକ କ୍ରିଷ୍ଟୋଫର ରେ ଏ ନେଇ ସୂଚନା ଦେଇଛନ୍ତି । ଉହାନ ଲ୍ୟାବରୁ ଲିକ ହୋଇଥିବା ଭୂତାଣୁ ପୁରା ବିଶ୍ୱରେ ମହାମାରୀ ସୃଷ୍ଟି କରିଥିଲା ବୋଲି କ୍ରିଷ୍ଟୋଫର ଟୁଇଟ କରି କହିଛନ୍ତି । ଚୀନର କୌଣସି ଗବେଷଣାଗାରରୁ ଏହି ମାରାତ୍ମକ ଭୂତାଣୁ ଲିକ୍ ହୋଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା ବୋଲି ନୂଆ ଗୁଇନ୍ଦା ତଥ୍ୟ ଆଧାରରେ ରିପୋର୍ଟ କରିଥିଲା ୱାଲ ଷ୍ଟ୍ରଟ ଜର୍ନାଲ । ଏହା ସହ ଜୈବ ଗବେଷଣା କରୁଥିବା କିଛି ସ୍ପାଏ ନେଟୱର୍କ ତଥ୍ୟକୁ ବି ଆଧାର କରାଯାଇଥିଲା ।