23.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଟ୍ରାଫିକ୍ ସମସ୍ୟା ଦୂର କରିବ ସେଫ୍ଟି ଫାଷ୍ଟ: କମିଶନର

ଟ୍ରାଫିକ୍ ସମସ୍ୟା ଦୂର କରିବ ସେଫ୍ଟି ଫାଷ୍ଟ: କମିଶନର

ନୂଆଦିଲ୍ଲୀ: ଦ୍ରୁତ ଗତିରେ ଗାଡି ଚଲାଉଛନ୍ତି କି? ହେଲେମେଟ ପିନ୍ଧୁ ନାହାନ୍ତି କି? ଟ୍ରାଫିକ ନିୟମକୁ ଫଲୋ କରୁନାହାନ୍ତି କି? ତାହାଲେ ହୋଇଯାହାନ୍ତୁ ସାବଧାନ! ଜନସାଧାରଣମାନଙ୍କୁ ସଜାଗ ଏବଂ ସୁରକ୍ଷା ପାଇଁ ଆସୁଛି ଆଉ ଏକ ଆପ୍ ଯାହାର ନାଁ ହେଲା ସେଫ୍ଟି ଫାଷ୍ଟ…. ବର୍ତ୍ତମାନ ସମୟରେ ସଡକ ଦୂର୍ଘଟଣା ହେଉଛି ଗୋଟିଏ ବଡ ସମସ୍ୟା । ପ୍ରତ୍ୟେକଦିନ ସଡକ ଦୁର୍ଘଟଣାରେ କେତେଗୁଡିଏ ମୂଲ୍ୟବାନ ଜୀବନ ନଷ୍ଟ ହେବାରେ ଲାଗିଛି । କେତେଗୁଡିଏ ପରିବାରର ଲୋକେ ତାଙ୍କ ଆତ୍ମୀୟ ଲୋକଙ୍କୁ ହରାଇ ହୋଇଯାଉଛନ୍ତି ସର୍ବଶାନ୍ତ । ବିଶେଷ ଗବେଷଣାରୁ ଜଣାପଡିଛି ଯେ ପ୍ରତି ଘଣ୍ଟାରେ ପ୍ରାୟେ ୧୮ଜଣ ଲୋକେ ପ୍ରାଣ ହରାଉଛନ୍ତି । ପ୍ରତ୍ୟେକ ଦିନ ୪୨୨ରୁ ଅଧିକ ଲୋକେ ଏହି ସଡକ ଦୂର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି । ଏହିଭଳି ଦୃଷ୍ଟିକୋଣରୁ ପ୍ରତିବର୍ଷ ଭାରତରେ ୧.୫ଲକ୍ଷ ଲୋକେ ଏଥିରେ ତାଙ୍କର ମୁଲ୍ୟବାନ ଜୀବନ ହରାଉଛନ୍ତି ।

ତେବେ ସଡକ ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକମାନଙ୍କ ମୁଲ୍ୟବାନ ଜୀବନକୁ ଆଖିଆଗରେ ରଖି ସଚେତନତା କରାଇବା ନେଇ ଆଗକୁ ଆସିଛନ୍ତି ଜଣେ ଆଇପିଏସ୍ ଅଫିସର। ସେ ହେଉଛନ୍ତି ବେଙ୍ଗାଲୁର ସହରର ଅତିରିକ୍ତ ପୋଲିସ କମିଶନର ଡ.ଏମ୍. ଏ ସଲିମ । ଗୋଟିଏ ନିଦ୍ଧିଷ୍ଟ ସହରକୁ ଟାର୍ଗେଟ କରି କହିଛନ୍ତି ଯେ ବେଙ୍ଗାଲୁର ସହର ଏକ ସୁନ୍ଦର ସହର ହୋଇଥିବାବେଳେ ଟ୍ରାଫିକ ସମସ୍ୟା କାରଣରୁ ବେଙ୍ଗାଲୁର ବାସୀ ଏହି ସମସ୍ୟାର ସମୁଖିନ ହେଉଛନ୍ତି । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଟାଇମ୍ସ ଅଫ ଇଣ୍ଡିଆ ତରଫରୁ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି ଯାହାର ନାଁ ହେଉଛି ସେଫ୍ଟି ଫାଷ୍ଟ ।

ଏହି କ୍ୟାମ୍ପେନ ଜରିଆରେ ଲୋକମାନଙ୍କର ଟ୍ରାଫିକ୍ ସମସ୍ୟା ଚିହ୍ନଟ କରି ଆବଶ୍ୟକ ସମାଧାନ ଦିଗରେ ପ୍ରୟାସ କରାଯିବ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାଧରଣ ଜନତା ସେମାନଙ୍କର ଟ୍ରାଫିକ୍ ସମସ୍ୟା ନେଇ ଡ. ସଲିମଙ୍କ ସହ ସିଧାସଳଖ ଚାଟ ମାଧ୍ୟମରେ କଥା ହୋଇପାରିବେ । ସାଧାରଣ ଲୋକଙ୍କର ସମସ୍ୟା ନେଇ ସିଧା ସଲିମଙ୍କ ଚାଟ ବକ୍ସକୁ ପ୍ରଶ୍ନ ପଠାଇ ପାରିବେ ।

ସଲିମଙ୍କ କହିବା ଅନୁଯାୟୀ, ସାଧାରଣ ଲୋକଙ୍କ ସମସ୍ୟା ଦୂର ହୋଇପାରିଲେ ସହରର ଟ୍ରାଫିକ ସମସ୍ୟା ଦୂର ହୋଇପାରିବ । ଏସବୁକୁ ଦୃଷ୍ଟିରେ ରଖି ଡ.ସଲିମ ଏଭଳି ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ତେଣୁ ଏନେଇ ଟାଇମ୍ସ ଅଫ୍ ଇଣ୍ଡିଆ ତରଫରୁ ଟ୍ୱିଟରରେ ଏକ ଅଡିଓ ଲିଙ୍କ ଶେୟାର କରିଛନ୍ତି । ଉକ୍ତ ଲିଙ୍କ ମାଧ୍ୟମରେ ଡ. ସଲିମ ନିଜର ବାର୍ତ୍ତା ପ୍ରଦାନ କରି ଲୋକମାନଙ୍କୁ ସଜାଗ ରହିବା ସହ କିଭଳି ଏହି ସେଫ୍ଟି କ୍ୟାମ୍ପେନଙ୍କୁ ବ୍ୟବହାର କରିବେ ଉଲ୍ଲେଖ କରିଥିଲେ । ନୂତନଭାବେ ହୋଇଥିବା ଏହି କ୍ୟାମ୍ପେନକୁ ଲୋକେ ଖୁବ୍ ପ୍ରଂଶସା ସାଉଟି ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking