18.1 C
Bhubaneswar
Saturday, November 23, 2024
Homeଓଡିଶାଗ୍ରାହକଙ୍କ ପାଇଁ ଏୟାରଟେଲ୍‌ର ୫ଜି ଏକ୍ସପେରିଏନ୍ସ ଜୋନ୍‌

ଗ୍ରାହକଙ୍କ ପାଇଁ ଏୟାରଟେଲ୍‌ର ୫ଜି ଏକ୍ସପେରିଏନ୍ସ ଜୋନ୍‌

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ କମ୍ପାନୀ ଏୟାରଟେଲ ଦେଶବ୍ୟାପତ ଏହାର ସମସ୍ତ ରିଟେଲ ଷ୍ଟୋର୍‌ଗୁଡିକରେ ୫ଜି ଏକ୍ସପେରିଏନ୍ସ ଜୋନ୍ ସ୍ଥାପନ କରିଛି । ଏହି ସ୍ୱତନ୍ତ୍ର ଭାବେ ନିର୍ମିତ ଜୋନ୍‌ଗୁଡିକ ମାଧ୍ୟମରେ ଏୟାରଟେଲ୍ ଗ୍ରାହକଙ୍କ ପାଇଁ ୫ଜିର ଶକ୍ତିକୁ ପ୍ରଦର୍ଶିତ କରୁଛି, ଯେଉଁଥିରେ ଏହାର ଦମଦାର ଡାଟା ସ୍ପିଡ୍‌, ଭର୍ଚୁଆଲ ରିଏଲିଟୀ ଏଣ୍ଟରଟେନ୍‌ମେଣ୍ଟ ଓ କ୍ଲାଉଡ୍ ଗେମିଙ୍ଗ ଭଳି ଆହୁରି ଅନେକ ଉଦୀୟମାନ ବ୍ୟବହାର ପ୍ରସଙ୍ଗ ସାମିଲ ରହିଛି ।

କମ୍ପାନୀର ସମସ୍ତ ୧୦୦୦ରୁ ଊର୍ଦ୍ଧ୍ୱ ଷ୍ଟୋରରେ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ କର୍ମଚାରୀ ରହିବେ ଯିଏ ବ୍ୟବହାରିକ ମାମଲାଗୁଡିକୁ ପ୍ରଦର୍ଶିତ କରିବା ସହ ଏୟାରଟେଲର ନିଜସ୍ୱ ଉତ୍ପାଦ ଓ ୫ଜି ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ଦେବେ । କମ୍ପାନୀ ଏହାର ସେବାଗୁଡିକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରୁଛି ଏବଂ ଐହାର ନେଟ୍‌ୱାର୍କ ନିର୍ମାଣ କାର୍ଯ୍ୟ ଜାରୀ ରଖିଛି । ୫ଜି ସକ୍ଷମ ଡିଭାଇସ୍ ଥିବା ଗ୍ରାହକମାନେ ରୋଲ୍‌ଆଉଟ୍ ଅଧିକ ବ୍ୟାପକ ହେବା ପର୍ଯ୍ୟନ୍ତ ବିନା କୌଣସି ଅତିରିକ୍ତ ମୂଲ୍ୟରେ ହାଇସ୍ପିଡ୍ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କକୁ ଉପଭୋଗ କରିପାରିବେ କାରଣ ବିଦ୍ୟମାନ ଡାଟାପ୍ଲାନ୍ ୫ଜିରେ କାର୍ଯ୍ୟ କରୁଛି । ଏୟାରଟେଲ୍ ନିଜ ନେଟ୍‌ୱର୍କରେ ଉନ୍ନତ ବେଗ ଓ ସର୍ବୋତ୍ତମ ଭଏସ୍ ଅନୁଭୂତି ଦେବା ପାଇଁ ପ୍ରତିଶ୍ରୁତି ଦେଉଛି ।

ଏହାର ସେବାଗୁଡିକ ସମସ୍ତ ୫ଜି ସ୍ମାର୍ଟଫୋନ୍‌ରେ କାର୍ଯ୍ୟ କରିବ । ଏହି ଅବସରରେ ଭାରତୀ ଏୟାରଟେଲ୍‌ର କଞ୍ଜ୍ୟୁମର ବିଜ୍‌ନେସ୍ ବିଭାଗର ନିର୍ଦ୍ଦେଶକ ଶାଶ୍ୱତ ଶର୍ମା କହିଛନ୍ତି, ‘ଏୟାରଟେଲ ସର୍ବଦା ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖିଛି । ନେଟ୍‌ୱର୍କ ରୋଲ୍‌ଆଉଟ୍ ହେଉଥିବାରୁ ଆମେ ଆମ ଗ୍ରାହକଙ୍କଠାରୁ ନୂଆ ଟେକ୍ନୋଲୋଜିର ଅନୁଭୂତି ପାଇବାର ସେମାନଙ୍କର ଇଚ୍ଛା ଓ ଆଗ୍ରହ ସମ୍ପର୍କରେ ଶୁଣିଥିଲୁ । ଆମ ଷ୍ଟୋର୍‌ଗୁଡିକରେ ଥିବା ଡେମୋ ଜୋନ୍ ଏୟାରଟେଲ୍ ୫ଜି ପ୍ଲସ୍ ଏବଂ ଆମ ଗ୍ରାହକଙ୍କ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଏହା ପାଖରେ ଥିବା କ୍ଷମତାର ପ୍ରଥମ ଅନୁଭୂତି ପ୍ରଦାନ କରିବ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking