30.1 C
Bhubaneswar
Sunday, September 29, 2024
Homeଅପରାଧତ୍ରିକୋଣୀୟ ପ୍ରେମରୁ ହତ୍ୟା, ନାବାଳକ ସହ ଚାରି କୋର୍ଟ ଚାଲାଣ

ତ୍ରିକୋଣୀୟ ପ୍ରେମରୁ ହତ୍ୟା, ନାବାଳକ ସହ ଚାରି କୋର୍ଟ ଚାଲାଣ

ଧର୍ମଗଡ଼:  କେବେ ପ୍ରେମ ପାଇଁ ଅପହରଣ ତୋ କେବେ ହତ୍ୟା। ପ୍ରେମରେ ଅନ୍ଧ ହୋଇ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଜଣେ ୧୭ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ତତ୍ପରତା ଦେଖାଇବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣ ଙ୍କୁ ପ୍ରଥମେ ଅଟକ ରଖିଥିବା ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣ ଙ୍କୁ ତଦନ୍ତ ପରିସରକୁ ଆଣିଥିଲା।

ତଦନ୍ତରେ ଦୁଇ ଅଭିଯୁକ୍ତ ମୋହନ ମାଝୀ ଓ ନାବାଳକ ଡାକ୍ତର ନାଏକ ପ୍ରେମ ତ୍ରିକୋଣୀୟ ସମ୍ପର୍କ ରୁ ହତ୍ୟା କରିଥିଲୁ ବୋଲି ସ୍ୱୀକାର କରିଛନ୍ତି।ଜଣେ ଝିଅ କୁ ମୃତକ ଦିଲୀପ ଓ ମୋହନ ଭଲ ପାଉଥିବା ବେଳେ ଏହି ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବା ସହ ହତ୍ୟାର ରୂପ ନେଇଥିଲା।୧୮ ତାରିଖ ଦିନ ମୋହନ ଓ ଡାକ୍ତର ମୃତ ଦିଲୀପକୁ ଏକ ନାଳକୁ ନେଇ ହତ୍ୟା କରିଥିଲେ।ପୁନଶ୍ଚ ଏକ ବାଦାମ ଚାଷ ଜମିରେ ଦେଇଥିବା ବରାଫାସରେ ଦିଲୀପ କୁ ନେଇ ଠେଲି ଚାଲି ଆସିଥିବାବେଳେ ବରାଫାସ ଦେଇଥିବା ନିକଟସ୍ଥ ଦରଲୀପଡା ଗାଁର ଦୁଇ ଚାଷୀ ଅବତାର ମାଝୀ ଓ ଚନ୍ଦ ମାଝୀ ମୃତକ ଦିଲୀପକୁ ଦେଖି ଗୋଟିଏ ଦିନ ଲୁଚାଇବା ସହ ମୃତ ଦେହକୁ ନଦୀକୁ ଫୋପାଡ଼ି ଦେଇଥିଲେ।

ପୋଲିସ ତଦନ୍ତ କରି ଅପରାଧରେ ବ୍ୟବହୃତ ଓ ବରାଫାସର ସମସ୍ତ ଜିନିଷ କୁ ଜବତ କରିଛି।ତେବେ ଶନିବାର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ ଜଣକୁ ମିଶାଇ ମୋଟ ଚାରି ଜଣ କୁ କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସୂଚନା ଦେଇଛିନ୍ତି। ଏହି ତଦନ୍ତରେ ଅଫିସର ଏସଆଇ ଅନୀଲ କୁମାର ପାଢୀ,ଏଏସଆଇ ତ୍ରିସେନ୍ଦ୍ର ପାତ୍ର,ବିନୟ କୁମାର ବାରା,ବିପିନ କୁମାର ଝରିଆ,ହାବିଲଦାର ନାକୁ ନାଏକ,କନେଷ୍ଟବଲ ଗୌତମ ଆଗୁପତ୍ର, ହୋମଗାର୍ଡ ପବିତ୍ର ପାତ୍ର ପ୍ରମୁଖ ସଦଳ ବଳେ ସଂଗଠିତ ହୋଇ ଜଟିଳ ପରିସ୍ଥିତି ଶ୍ରୁଷ୍ଟି କରିଥିବା ଘଟଣାର ସଫଳ ତଦନ୍ତ କରି ଆଭିଯୁକ୍ତ ମାନଙ୍କୁ ଠାବ କରିବାରେ ସଫଳ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking