28.1 C
Bhubaneswar
Sunday, September 29, 2024
Homeଅପରାଧସାଙ୍ଗ ହାତରେ ଲାଗିଲା ଗର୍ଲଫ୍ରେଣ୍ଡର ଅଶ୍ଳୀଳ ଭିଡିଓ, ଧମକ ପରେ ବନ୍ଧୁକୁ ହତ୍ୟା କଲା ଯୁବକ

ସାଙ୍ଗ ହାତରେ ଲାଗିଲା ଗର୍ଲଫ୍ରେଣ୍ଡର ଅଶ୍ଳୀଳ ଭିଡିଓ, ଧମକ ପରେ ବନ୍ଧୁକୁ ହତ୍ୟା କଲା ଯୁବକ

ବିଶାଖାପାଟନମ: ଗର୍ଲଫ୍ରେଣ୍ଡର ଅଶ୍ଳୀଳ ଭିଡିଓ, ଫଟୋକୁ ନିଜ ମୋବାଇଲରେ ଷ୍ଟୋର କରି ରଖିବା ଯୁବକଙ୍କ ପାଇଁ ସାଜିଲା କାଳ । ଏହି ଫଟୋ ଓ ଭିଡିଓ ଯୁବକଙ୍କ ବନ୍ଧୁ ହାତରେ ଲାଗିବା ପରେ ସେ କ୍ରମାଗତ ଭାବେ ଯୁବତୀଙ୍କୁ ଧମକ ଚମକ ଦେବା ଆରମ୍ଭ କରିଥିଲା । ଏହାପରେ ଯୁବକ ଜଣକ ନିଜ ବନ୍ଧୁକୁ ହତ୍ୟା କରିଥିବା ଜଣାପଡିଛି । ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲର ବାଲାଜିନଗରରେ ଦେଖିବାକୁ ମିଳିଛି । ପୋଲିସର କହିବାନୁସାରେ ଇରକଲି ଦିନେଶ ନାମକ ଜଣେ ଯୁବକ କୁର୍ଣ୍ଣୁଲର ବାଲାଜିନଗରଠାରେ ରହୁଥିଲା । ସେ ଡିଗ୍ରୀ ପାଠ ପଢୁଥିବା ଜଣାପଡ଼ିଛି । ତେବେ ଦିନେଶର ମାଲିପୋଗୁ ମୁରଲିକ୍ରୀଷ୍ଣା (୨୨) ନାମକ ଯୁବକ ସହିତ ଅତି ଘନିଷ୍ଠ ସମ୍ପର୍କ ରହିଥିଲା ।

ଦିନେଶ ନିଜ ଗର୍ଲଫ୍ରେଣ୍ଡର ଅଶ୍ଳୀଳ ଭିଡିଓ ଓ ଫଟୋକୁ ନିଜ ମୋବାଇଲରେ ଷ୍ଟୋର କରି ରଖୁଥିଲା । ଏହି ଫଟୋ ଓ ଭିଡିଓଗୁଡି଼କ ମୁରଲିକ୍ରୀଷ୍ଣା ହାତରେ ଲାଗିବା ପରେ ସେ ଏଗୁଡ଼ିକୁ ନିଜ ମୋବାଇଲକୁ ଡାଉନଲୋଡ କରି ନେଇଥିଲା । ଏହାପରେ ମୁରଲିକ୍ରୀଷ୍ଣା ନିଜ ବନ୍ଧୁର ଗର୍ଲଫ୍ରେଣ୍ଡ ତଥା ଉକ୍ତ ଯୁବତୀଙ୍କୁ ଯୋଗାଯୋଗ କରି ନିର୍ଯାତନା ଦେବା ଆରମ୍ଭ କରିଥିଲା । ଉକ୍ତ ଭିଡିଓ ଓ ଫଟୋଗୁଡ଼ିକୁ ଯୁବତୀଙ୍କ ପରିବାର ସଦସ୍ୟକୁ ପଠାଇବା ଲାଗି ମଧ୍ୟ ଧମକ ଦେଇଥିଲା । ଯୁବତୀ ଜଣକ ଏପରି ନ କରିବାକୁ ଅନୁରୋଧ କରିବା ପରେ ମଧ୍ୟ ମୁରଲିକ୍ରୀଷ୍ଣା କ୍ରମାଗତ ଭାବେ ଯୁବତୀଙ୍କୁ ଧମକ ଦେଉଥିଲା । ଯୁବତୀ ଜଣକ ଅତ୍ୟଧିକ ନିର୍ଯାତନାର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ଯୁବତୀ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିନେଶ ନିଜ ଗର୍ଲଫ୍ରେଣ୍ଡର ଏପରି ଅବସ୍ଥା ଦେଖି ମୁରଲିକ୍ରୀଷ୍ଣାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking