28.1 C
Bhubaneswar
Saturday, September 28, 2024
Homeଅପରାଧଗୁଣି ଗାରେଡି ସନ୍ଦେହରେ ମହିଳା ଓ ବୃଦ୍ଧାଙ୍କୁ ଆକ୍ରମଣ କଲେ ଗ୍ରାମବାସୀ

ଗୁଣି ଗାରେଡି ସନ୍ଦେହରେ ମହିଳା ଓ ବୃଦ୍ଧାଙ୍କୁ ଆକ୍ରମଣ କଲେ ଗ୍ରାମବାସୀ

ମୟୁରଭଞ୍ଜ: ଗୁଣି ଗାରିଡେ ସନ୍ଦେହରେ ଜଣେ ବୃଦ୍ଧା ଓ ତାଙ୍କ ଝିଅଙ୍କୁ ମାଡ ମାରିବା ସହ ଗଙ୍ଗାରୁ କୋର୍ଟ କରାଇବା ପରେ ଜଙ୍ଗଲରେ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅଞ୍ଚଳରେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁଯାୟୀ, ଝାଟିଅଡା ଗ୍ରାମର ବାଲି ହେମ୍ବ୍ରମ ନାମକ ଜନୈକ ମହିଳା ତାଙ୍କ ବୃଦ୍ଧା ମାଆ ଓ ଦୁଇ ପିଲାଙ୍କୁ ନେଇ ବସବାସ କରନ୍ତି । ମହିଳାଙ୍କ ସ୍ୱାମୀ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି । କିଛି ଦିନ ପୂର୍ବରୁ ଗାଁର ଏକାଧିକ ଯୁବକ ଅକାଳରେ ମୃତ୍ୟୁ ବରଣ କରିଥିବା ବେଳେ ଗାଁ ଲୋକେ ହେମ୍ବ୍ରମ ଓ ତାଙ୍କ ବୃଦ୍ଧା ମାଆଙ୍କ ଉପରେ ଗୁଣ ଗାରେଡ଼ି ସନ୍ଦେହ କରି ଦୋଷ ଆରୋପ କରିଥିଲେ । ଏହାପରେ ଗତ ବୁଧବାର ଦିନ ବାଲି ହେମ୍ବ୍ରମଙ୍କୁ ଘୋଷାଡି ଘୋଷାଡି ମାଡ ମାରିବା ପରେ କଙ୍ଗାରୁ କୋର୍ଟ କରାଇଥିଲେ ଗ୍ରାମବାସୀ । ଏହାପରେ ବୃଦ୍ଧା ଜଣଙ୍କୁ ମଧ୍ୟ ଏକ ଗଛରେ ବାନ୍ଧି ଦେଇଥିଲେ ।

ଶେଷରେ ହେମ୍ବ୍ରମ ତାଙ୍କ ମାଆ ଓ ୨ ପିଲାଙ୍କୁ ରାତିରେ ଗାଁରୁ ତଡି ଦେଇ ଜଙ୍ଗଲରେ ଛାଡି ଦେଇଥିଲେ । ଏହାପରେ କେବେ ବି ଗ୍ରାମକୁ ନଫେରିବାକୁ ଧମକ ଦେଇଥିଲେ ଗ୍ରାମବାସୀ । ଭୟରେ ମାଆ ଝିଅ ଓ ତାଙ୍କ ଦୁଇ ପିଲା ସ୍ଥାନୀୟ ବିଦ୍ୟାଳୟରେ ଆତ୍ମଗୋପନ କରିଥିଲେ । ସକାଳ ହେବା ମାତ୍ରେ ମହିଳା ଜଣକ ପ୍ରଥମେ ଅମର୍ଦା ଫାଣ୍ଡି ପରେ ରାସଗୋବିନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ଗୁରୁତର ସହ ନେଇ ରାସଗୋବିନ୍ଦପୁର ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ଆପୋଷ ସମାଧାନ ପାଇଁ ସମସ୍ତ ଗାଁ ଲୋକେ ଥାନାରେ ହାଜର ହୋଇଥିବା ବେଳେ ପୀଡିତାଙ୍କ ସ୍ୱାମୀ ଉପସ୍ଥିତ ନଥିବାରୁ ସମାଧାନ ହୋଇପାରିନଥିଲା । ତେବେ ମହିଳାଙ୍କ ସ୍ୱାମୀ ବାହାରୁ ଆସିଲା ପରେ ସମାଧାନର ବାଟ ବାହାରୁଛି ନା ନାହିଁ ଏବେ ତାକୁ ହିଁ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking