28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଲେମ୍ବୁ ପାଣି ପିଆରୁ ମହାଭାରତ; ସାନଭାଇ ମୁହଁକୁ ବଡ଼ଭାଇ ଛାଟିଦେଲା ପାଣି, ଶେଷରେ....

ଲେମ୍ବୁ ପାଣି ପିଆରୁ ମହାଭାରତ; ସାନଭାଇ ମୁହଁକୁ ବଡ଼ଭାଇ ଛାଟିଦେଲା ପାଣି, ଶେଷରେ….

ଫ୍ଲୋରିଡ: ଲେମ୍ବୁ ପାଣି ପିଆରୁ ମହାଭାରତ । ଭାଇ ମୁହଁକୁ ଭାଇ ଛାଟିଦେଲା ପାଣି । ଶେଷରେ ଭାଇକୁ ହେଲା ୩୦ ବର୍ଷ ଜେଲ୍ ଦଣ୍ଡ । ଫ୍ଲୋରିଡାରେ ଗତ ବୁଧବାର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଫ୍ଲୋରିଡାର ଜଣେ ୬୪ ବର୍ଷିୟ ବୃଦ୍ଧ ଡେଭିଡ୍ ସରମନ୍ ପାଓଏଲ୍‌ସ, ତାଙ୍କ ଭାଇଙ୍କ ସହ ଯୁକ୍ତି ତର୍କ ଲାଗିଥିଲେ । ଆଉ କଥାରେ କଥାରେ ଖୁବ୍ ରାଗି ଯାଇଥିଲେ । ରାଗିଯାଇ ପାଖରେ ଥିବା ଗ୍ଲାସ୍‌ର ପାଣି ଭାଇଙ୍କ ମୁହଁକୁ ଫିଙ୍ଗିଦେଇଥିଲେ । ପାଣି ଯାଇ ସିଧା ତାଙ୍କ ଭାଇ ମୁହଁରେ ପଡ଼ିଥିଲା । ଯାହାଫଳରେ ଭାଇ ଲଜ୍ଜିତ ଅନୁଭବ କରିଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡେଭିଡ୍‌ଙ୍କୁ ଗିରଫ କରିଛି ।

ଫ୍ଲୋରିଡାର ନିୟମ ଅନୁଯାୟୀ ଏଭଳି ଘଟଣାରେ ଜଣେ ବ୍ୟକ୍ତିକୁ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାର ସମ୍ଭାବନା ରହିଛି । ତେବେ ସବୁଠାରୁ ବଡ଼ କଥା ହେଲା ଲେମ୍ବୁ ରସ ପିଇବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଆଉ ଏହି ଯୁକ୍ତିତର୍କ ଏବେ ବିରାଟ ରୂପ ନେଇଛି। ଡେଭିଡ୍‌ଙ୍କୁ ଏବେ ମୋଟା ଅଙ୍କର ଜରିମାନା ଦେବା ସହ ଦୀର୍ଘ ଦଶନ୍ଧି ଧରି ଜେଲ୍‌ରେ ରହିବାକୁ ପଡ଼ିବ । ଫ୍ଲୋରିଡାରେ କିନ୍ତୁ ଏଭଳି ଘଟଣାକୁ ନେଇ କଡ଼ା ନିୟମ ରହିଛି । ଯଦି ଅଭିଯୁକ୍ତ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୁଏ ଏବଂ ଫାଷ୍ଟ ଡିଗ୍ରୀ ଫେଲୋନୀ ଫେସ୍ କରେ ତେବେ ତାକୁ ୩୦ ବର୍ଷ ଜେଲ୍ ହେବାର ସମ୍ଭାବନା ରହିଛି । ଆଉ ଯଦି ବ୍ୟକ୍ତି ଜଣକ ୬୫ ବର୍ଷରୁ ଅଧିକ ବୟସ୍କ ତେବେ ତାଙ୍କୁ ଏଭଳି ଭୁଲ ପାଇଁ ମାତ୍ର ତିନି ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ହେଲେ ଏଠି ଡେଭିଡ୍‌ଙ୍କୁ ୬୪ ବର୍ଷ ବୋଲି ପୋଲିସ କହିଛି । ଘଟଣା ଘଟିବା ଦିନ ରାତିରେ ଡେଭିଡ୍‌ଙ୍କ ଘରେ ପୋଲିସ ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା । ଘରୋଇ ହିଂସା ପାଇଁ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking